IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୧୮ SP ଏବଂ OPS

ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ (IPS) ଏବଂ ଓପିଏସ (OPS) ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି।

OPS replaced

ଏହି ପ୍ରକ୍ରିୟାରେ ନବରଙ୍ଗପୁର ଏସପି (DIGP ଗ୍ରେଡ୍) ଶ୍ରୀ ମଡକର ସନ୍ଦୀପ ସମ୍ପତଙ୍କୁ କଟକ CID-CB ର ଡିଆଇଜି ଭାବେ ବଦଳି କରାଯାଇଛି। ସେହିପରି କଟକ CID-CB ଏସପି ଶ୍ରୀ ପରମାର ସ୍ମିତ ପରଷୋତ୍ତମଦାସଙ୍କୁ ନୟାଗଡ଼ ଏସପି, ଖୋର୍ଦ୍ଧା ଏସପି ଶ୍ରୀ ବିବେକାନନ୍ଦ ଶର୍ମାଙ୍କୁ କଟକ CID-CB ଏସପି, ରାୟଗଡ଼ ଏସପି ସ୍ୱାତୀ ଏସ. କୁମାରଙ୍କୁ ଭୁବନେଶ୍ୱର STF ଏସପି ଏବଂ ବରଗଡ଼ ଏସପି ଶ୍ରୀ ପ୍ରହ୍ଲାଦ ସହାୟ ମୀନାଙ୍କୁ ଗଜପତି ଏସପି ଭାବେ ନିଯୁକ୍ତି ମିଳିଛି।

ସେହିପରି ନୟାଗଡ଼ ଏସପି ଏସ. ସୁଶ୍ରୀଙ୍କୁ ଭିଜିଲାନ୍ସ ଏସପି, ସ୍ପେଶାଲ ବ୍ରାଞ୍ଚ ଏସପି ଶ୍ରୀ ରାଜ ପ୍ରସାଦଙ୍କୁ ରାୟଗଡ଼ ଏସପି, ଗଞ୍ଜାମ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସପି, ବୌଦ୍ଧ ଏସପି ଶ୍ରୀ ରାହୁଲ ଗୋୟଲଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଏବଂ କନ୍ଧମାଳ ଏସପି ଶ୍ରୀ ହରିଶା ବି. ସି.ଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଛି. ଅନ୍ୟପଟେ, ଭଦ୍ରକର ଅତିରିକ୍ତ ଏସପି ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କୁ ନବରଙ୍ଗପୁର ଏସପି ଏବଂ ରାୟଗଡ଼ର ଅତିରିକ୍ତ ଏସପି ଶ୍ରୀ ରମେନ୍ଦ୍ର ପ୍ରସାଦଙ୍କୁ କନ୍ଧମାଳ ଏସପି ଭାବେ ପଦୋନ୍ନତି ସହ ନୂଆ ଦାୟିତ୍ୱ ଦିଆଯାଇଛି।

ରାଜ୍ୟପାଳଙ୍କ ଏଡିସି (ADC) ଶ୍ରୀ କୁଲଦୀପ ମୀନାଙ୍କୁ ବୌଦ୍ଧ ଏସପି କରାଯାଇଥିବା ବେଳେ କଟକ ୟୁପିଡିର ଏସିପି ଅନନ୍ୟା ଅଧ୍ୱସ୍ତିଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ନୂତନ ଏଡିସି ଭାବେ ଅବସ୍ଥାପିତ କରାଯାଇଛି। ଏହା ସହିତ ଓପିଏସ ଅଧିକାରୀମାନଙ୍କ ମଧ୍ୟରେ, କଟକ CID-CB ଏସପି ଶ୍ରୀ କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ସିଗନାଲ୍ସ ଏସପି, ଭୁବନେଶ୍ୱର STF ଏସପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ବରଗଡ଼ ଏସପି, ସ୍ପେଶାଲ ବ୍ରାଞ୍ଚ ଏସପି ଶ୍ରୀ କୃଷ୍ଣ ପ୍ରସାଦ ଦାସଙ୍କୁ ରାଉରକେଲା ଏସଆରପି (SRP) ଏବଂ ଭୁବନେଶ୍ୱର-କଟକ ୟୁପିଡିର ଡିସିପି ଶ୍ରୀ କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଛି।

ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝୀ ଏହି ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଦେଶର ନକଲ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟର ସମସ୍ତ ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ, ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ସୂଚନା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+