ରାଜଧାନୀରେ ଖୋଲିବ ପ୍ରମୁଖ ଆଇଟି କମ୍ପାନୀ IBMର ଶାଖା
ଓଡ଼ିଶାରେ ଖୋଲିବ IBM ବ୍ରାଞ୍ଚ । ଦେଶର ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରୁ IBM ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଶାଖା ଭୁବନେଶ୍ୱରେ ପ୍ରତିଷ୍ଠା ହେବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ IBM ଏହି ନିଷ୍ପତ୍ତି ନେଇଛି ।
ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ IBM ବ୍ରାଞ୍ଚ । ଦେଶର ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରୁ IBM ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଶାଖା ଭୁବନେଶ୍ୱରେ ପ୍ରତିଷ୍ଠା ହେବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ IBM ଏହି ନିଷ୍ପତ୍ତି ନେଇଛି । ଆସନ୍ତା ମାସରେ ଭୁବନେଶ୍ୱରରେ IBM ଶାଖା ଖୋଲିବା ନେଇ ସୂଚନା ଥିବାବେଳେ ଏହାଦ୍ୱାରା ୨୦୦ରୁ ୪୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଓଡ଼ିଶାକୁ ପ୍ରମୁଖ ଆଇଟି ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଚଳାଇଥିବା ଉଦ୍ୟମ ଧିରେ ଧିରେ ସାକାର ହେବାରେ ଲାଗିଛି। ସୂଚନାପ୍ରଯୁକ୍ତି କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଆଇଟି ନୀତି ଏ କ୍ଷେତ୍ରରେ ସହାୟକ ହୋଇଛି। ସମ୍ପ୍ରତି କେବଳ ଭୁବନେଶ୍ୱରରେ ୧୧୦ଟି ଆଇଟି ସଂସ୍ଥା କାର୍ଯ୍ୟ କରୁଛି ଓ ସମଗ୍ର ଓଡ଼ିଶାରେ ଏହି ସଂସ୍ଥାର ସଂଖ୍ୟା ପ୍ରାୟ ଦେଢ଼ଶହରେ ପହଞ୍ଚିଛି। ଦକ୍ଷ ମାନବ ସମ୍ବଳ, ସରଳ ଶିଳ୍ପନୀତି ଆଇଟି ସଂସ୍ଥାଗୁଡ଼ିକୁ ଓଡ଼ିଶାମୁହାଁ କରିଛି। ଫଳରେ ଓଡ଼ିଶାର ବୈଷୟିକ ଜ୍ଞାନସମ୍ପନ୍ନ ଯୁବକଯୁବତୀ ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟ ବା ସହର ନୁହେଁ; ଓଡ଼ିଶାରେ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି।












Click it and Unblock the Notifications