କାଠଯୋଡି ନଦୀରେ ବଡ ଅଘଟଣ; ଯୁବକ ନିଖୋଜ
କାଠଯୋଡି ନଦୀରେ ବଡ ଅଘଟଣ ଦେଖିବାକୁ ମିଳିଛି । ନଦୀରେ ବୁଡ଼ି ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । କଟକ ଗୋପାଳପୁର ନିକଟରେ କାଠଯୋଡି ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକଙ୍କ ନାଁ ଚିନ୍ମୟ ପ୍ରଧାନ । ଯୁବକ ଜଣଙ୍କ ହେଲେ ଗୋପାଳପୁର ବଢେଇ ସାହିର ୨୪ ବର୍ଷ ବୟସ୍କ ଚିନ୍ମୟ ପ୍ରଧାନ ।
ଶୌଚ ହେବା ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ । ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କଟକ ଗୋପାଳପୁର ନିକଟରେ କାଠଯୋଡି ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଛନ୍ତି ।

ସୂଚନାଯୋଗ୍ୟ, ଚିନ୍ମୟ ଶୌଚ ହେବା ପାଇଁ କାଠଯୋଡି ନଦୀକୁ ଯାଇଥିଲେ । ହେଲେ ତାଙ୍କୁ ସେହି ସମୟରେ ତାଙ୍କୁ ଫିଡ୍ସ ମାରିଥିଲା । ଯାହା ଫଳରେ କଟକ ଗୋପାଳପୁର ବଢ଼େଇ ସାହି ନିକଟରେ କାଠଯୋଡ଼ି ନଦୀରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଭାସି ଯାଇଥିଲେ ।
କଟକ ସଦର ଥାନା ପୁଲିସର ସୂଚନା ଅନୁଯାୟୀ ଚିନ୍ମୟ ଶୌଚ କରିବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ପଡ଼ି ଯାଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି ନଥିଲା ।
ସୂଚନାଯୋଗ୍ୟ, ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ନଦୀ, ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ କଟକ ଜିଲ୍ଲାରେ ୩୬୪ ଜଣ ବୁଡ଼ି ମରିଛନ୍ତି ।












Click it and Unblock the Notifications