Get Updates
Get notified of breaking news, exclusive insights, and must-see stories!

ଜିଏସଟି ହ୍ରାସ ସମବାୟ ସଂସ୍ଥା, କୃଷକ ଏବଂ ଗ୍ରାମୀଣ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଦେବ

କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ ଦ୍ବାରା ୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ ସମେତ ସମବାୟ, ଚାଷୀ ଏବଂ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସିଧାସଳଖ ଉପକୃତ ହେବେ। ଏହି ସଂସ୍କାରଗୁଡ଼ିକ ସମବାୟ କ୍ଷେତ୍ରକୁ ମଜବୁତ କରିବ । ସେମାନଙ୍କର ଉତ୍ପାଦଗୁଡ଼ିକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା ସହ ସେମାନଙ୍କର ଉତ୍ପାଦର ଚାହିଦା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ଗ୍ରାମୀଣ ଉଦ୍ୟୋଗକୁ ବୃଦ୍ଧି କରିବ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସମବାୟକୁ ଉତ୍ସାହିତ କରିବ ଏବଂ ଲକ୍ଷ ଲକ୍ଷ ପରିବାରକୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଇବ। ଜିଏସଟି ହ୍ରାସ କୃଷି ଏବଂ ପଶୁପାଳନରେ ନିୟୋଜିତ ସମବାୟଗୁଡ଼ିକୁ ଲାଭଦାୟକ କରିବ। ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବ ଏବଂ କ୍ଷୁଦ୍ର ଚାଷୀ ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ସିଧାସଳଖ ଲାଭ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ପରବର୍ତ୍ତି ପିଢିର ସଂସ୍କାରକୁ ଅମୂଲ ଭଳି ବୃହତ ସମବାୟ ବ୍ରାଣ୍ଡ ସମେତ ସମଗ୍ର ଦୁଗ୍ଧ ସମବାୟ କ୍ଷେତ୍ର ସ୍ୱାଗତ କରିଛି।

Major GST Reductions

ଦୁଗ୍ଧ କ୍ଷେତ୍ରରେ, ଚାଷୀ ଏବଂ ଗ୍ରାହକମାନଙ୍କୁ ଜିଏସଟି ରେ ସିଧାସଳଖ ରିହାତି ଦିଆଯାଇଛି। କ୍ଷୀର ଏବଂ ପନିର, ବ୍ରାଣ୍ଡେଡ୍ କିମ୍ବା ଅଣବ୍ରାଣ୍ଡେଡ୍, ଜିଏସଟିରୁ ମୁକ୍ତ କରାଯାଇଛି। ବଟର, ଘିଅ ଏବଂ ଅନ୍ୟାନ୍ୟ ଏପରି ଉତ୍ପାଦ ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି। ଲୁହା, ଷ୍ଟିଲ୍ ଏବଂ ଆଲୁମିନିୟମରେ ତିଆରି କ୍ଷୀର କ୍ୟାନିଷ୍ଟର ଉପରେ ଜିଏସଟି ମଧ୍ୟ ୧୨% ରୁ ୫% କୁ ହ୍ରାସ କରାଯାଇଛି।

ଏହି ପଦକ୍ଷେପଗୁଡ଼ିକ ଦୁଗ୍ଧ ଉତ୍ପାଦକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା ସହ, ଦୁଗ୍ଧ ଚାଷୀମାନଙ୍କୁ ସିଧାସଳଖ ଆଶ୍ୱସ୍ତି ଦେବ। ମହିଳା ପରିଚାଳିତ ଗ୍ରାମୀଣ ଉଦ୍ୟୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନଙ୍କୁ, ବିଶେଷତଃ ଯେଉଁମାନେ ଦୁଗ୍ଧ ପ୍ରକ୍ରିୟାକରଣରେ ନିୟୋଜିତ, ସେମାନଙ୍କୁ ସଶକ୍ତ କରିବ। ସୁଲଭ ଦୁଗ୍ଧ ଉତ୍ପାଦ ପ୍ରତ୍ୟେକ ପରିବାରକୁ ଆବଶ୍ୟକୀୟ ପ୍ରୋଟିନ୍ ଓ ଚର୍ବିର ଉତ୍ସ ଯୋଗାଇବା ସହ, ଦୁଗ୍ଧ ସମବାୟ ସମିତିମାନଙ୍କ ଆୟ ବୃଦ୍ଧି କରିବ।

ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଘରୋଇ ବ୍ୟବହାର ସାମଗ୍ରୀରେ ବଡ଼ ରିହାତି ଦିଆଯାଇଛି। ପନିର, ନମକିନ୍, ବଟର ଏବଂ ପାସ୍ତା ଉପରେ ଜିଏସଟି ୧୨% କିମ୍ବା ୧୮% ରୁ ୫% କୁ ହ୍ରାସ କରାଯାଇଛି। ଜାମ୍, ଜେଲି, ଇଷ୍ଟ, ଭୁଜିଆ ଏବଂ ଫଳ ପଲ୍ପ/ରସ୍ ଆଧାରିତ ପାନୀୟ ଉପରେ ଏବେ ୫% ଜିଏସଟି ଲାଗୁ ହେବ। ଚକୋଲେଟ୍, କର୍ଣ୍ଣ ଫ୍ଲେକ୍ସ, ଆଇସ୍କ୍ରିମ୍, ପେଷ୍ଟ୍ରି, କେକ୍, ବିସ୍କୁଟ୍ ଏବଂ କଫି ଉପରେ ଜିଏସଟି ମଧ୍ୟ ୧୮% ରୁ ୫% କୁ ହ୍ରାସ କରାଯାଇଛି।

ଜିଏସଟି ହ୍ରାସର ଫଳରେ ଖାଦ୍ୟ ସାମଗ୍ରୀ ଉପରେ ପାରିବାରିକ ଖର୍ଚ୍ଚ କମିବ, ଅର୍ଦ୍ଧ-ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇବ, ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଓ ଦୁଗ୍ଧ ସମବାୟଗୁଡ଼ିକର ଅଭିବୃଦ୍ଧିକୁ ପ୍ରେରଣା ମିଳିବ। ଏହା ଖାଦ୍ୟ ଏବଂ ଦୁଗ୍ଧ ସମବାୟ କ୍ଷେତ୍ରକୁ ସଶକ୍ତ କରିବା ସହିତ ଚାଷୀମାନଙ୍କ ଆୟ ବୃଦ୍ଧି କରିବ। ପ୍ୟାକିଂ କାଗଜ, କ୍ୟାନ ଏବଂ କ୍ରେଟ ଉପରେ ଜିଏସଟିକୁ ୫% କୁ ହ୍ରାସ କରାଯାଇଥିବାରୁ ସମବାୟ ଏବଂ ଖାଦ୍ୟ ଉତ୍ପାଦକମାନଙ୍କ ପାଇଁ ଲଜିଷ୍ଟିକ୍ସ ଓ ପ୍ୟାକେଜିଂ ଖର୍ଚ୍ଚ ହ୍ରାସ ପାଇବ।

କୃଷି ଯନ୍ତ୍ରପାତି କ୍ଷେତ୍ରରେ, ୧୮୦୦ ସିସିରୁ କମ୍ କ୍ଷମତା ବିଶିଷ୍ଟ ଟ୍ରାକ୍ଟର ଉପରେ ଜିଏସଟି ୫% କୁ ହ୍ରାସ କରାଯାଇଛି। ଏହା ଟ୍ରାକ୍ଟରଗୁଡ଼ିକୁ ଅଧିକ ସୁଲଭ କରିବ । କେବଳ ଫସଲ ଉତ୍ପାଦନକାରୀ ଚାଷୀମାନଙ୍କୁ ନୁହେଁ ବରଂ ପଶୁପାଳନ ଏବଂ ମିଶ୍ରିତ ଚାଷୀମାନଙ୍କୁ ମଧ୍ୟ ଲାଭ ଦେବ କାରଣ ଏଗୁଡ଼ିକୁ ଚାରା ଚାଷ, ଚାରା ପରିବହନ ଏବଂ କୃଷି ଉତ୍ପାଦ ପରିଚାଳନାରେ ବ୍ୟବହାର କରାଯାଇପାରିବ। ଟ୍ରାକ୍ଟର ଟାୟାର, ଟ୍ୟୁବ୍, ହାଇଡ୍ରୋଲିକ୍ ପମ୍ପ ଏବଂ ଅନ୍ୟାନ୍ୟ ଅନେକ ଅଂଶ ଉପରେ ଜିଏସଟି ୧୮% ରୁ ୫% କୁ ହ୍ରାସ କରାଯାଇଛି, ଯାହା ଖର୍ଚ୍ଚକୁ ଆହୁରି ହ୍ରାସ କରିବ ଏବଂ ସିଧାସଳଖ ସମବାୟକୁ ଲାଭ ଦେବ।

ସାର କ୍ଷେତ୍ରରେ, ଆମୋନିଆ, ସଲଫ୍ୟୁରିକ୍ ଏସିଡ୍ ଏବଂ ନାଇଟ୍ରିକ୍ ଏସିଡ୍ ଭଳି ପ୍ରମୁଖ କଞ୍ଚାମାଲ ଉପରେ ଜିଏସଟି ୧୮% ରୁ ୫% କୁ ହ୍ରାସ କରାଯାଇଛି। ଏହା ବିପରୀତ ଟିକସ ବ୍ୟବସ୍ଥାକୁ ସୁଧାରିବ, ସାର କମ୍ପାନୀଗୁଡ଼ିକର ଇନପୁଟ୍ ଖର୍ଚ୍ଚ ହ୍ରାସ କରିବ, ଚାଷୀଙ୍କ ପାଇଁ ମୂଲ୍ୟ ବୃଦ୍ଧିକୁ ରୋକିବ ଏବଂ ବିହନ ସମୟରେ ସୁଲଭ ସାର ସୁନିଶ୍ଚିତ କରିବ। ଏହା ସିଧାସଳଖ ସମବାୟ ସଂସ୍ଥାଗୁଡ଼ିକୁ ଲାଭବାନ କରିବ।

ସେହିପରି, ବାରଟି ଜୈବିକ-କୀଟନାଶକ ଏବଂ ଅନେକ ସୂକ୍ଷ୍ମ ପୋଷକ ତତ୍ତ୍ୱ ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି। ଏହା ଜୈବିକ-ଆଧାରିତ କୃଷି ଇନପୁଟ୍‌ଗୁଡ଼ିକୁ ଅଧିକ ସୁଲଭ କରିବ, ଚାଷୀମାନଙ୍କୁ ରାସାୟନିକ କୀଟନାଶକ ଠାରୁ ଜୈବିକ-କୀଟନାଶକ ଆଡ଼କୁ ଯିବାକୁ ଉତ୍ସାହିତ କରିବ, ମାଟି ସ୍ୱାସ୍ଥ୍ୟ ଏବଂ ଫସଲର ଗୁଣବତ୍ତା ଉନ୍ନତ କରିବ, ଏବଂ କ୍ଷୁଦ୍ର ଜୈବିକ ଚାଷୀ ଏବଂ ଏପପିଓ ଗୁଡ଼ିକୁ ସିଧାସଳଖ ଲାଭବାନ କରିବ। ଏହି ପଦକ୍ଷେପ ସରକାରଙ୍କ ପ୍ରାକୃତିକ କୃଷି ମିଶନ ସହିତ ସଙ୍ଗତ ଏବଂ ସମବାୟ ସଂସ୍ଥାଗୁଡ଼ିକୁ ମଧ୍ୟ ଲାଭବାନ କରିବ।

ବାଣିଜ୍ୟିକ ଯାନଗୁଡ଼ିକମଧ୍ୟରେ, ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ ଭଳି ମାଲବାହୀ ଯାନ ଉପରେ ଜିଏସଟି ୨୮% ରୁ ୧୮% କୁ ହ୍ରାସ କରାଯାଇଛି। ଟ୍ରକଗୁଡ଼ିକ ଭାରତର ଯୋଗାଣ ଶୃଙ୍ଖଳର ମେରୁଦଣ୍ଡ ଏବଂ ପ୍ରାୟ ୬୫-୭୦% ମାଲ ପରିବହନ କରନ୍ତି। ଏହା ଟ୍ରକଗୁଡ଼ିକର ପୁଞ୍ଜି ମୂଲ୍ୟ ହ୍ରାସ କରିବ, ପ୍ରତି ଟନ୍-କିଲୋମିଟର ମାଲ ପରିବହନ ହ୍ରାସ କରିବ ଏବଂ କୃଷି ଉତ୍ପାଦ ପରିବହନକୁ ଶସ୍ତା କରିବା, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ଏବଂ ରପ୍ତାନି ପ୍ରତିଯୋଗିତା ବୃଦ୍ଧି କରିବା ଉପରେ ପ୍ରଭାବ ପକାଇବ। ଏହା ସହିତ, ମାଲବାହୀ ଯାନର ତୃତୀୟ-ପକ୍ଷ ବୀମା ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି । ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ସୁବିଧା ମଧ୍ୟ ପ୍ରଦାନ କରାଯାଇଛି, ଯାହାକି ଏହି ପ୍ରୟାସଗୁଡ଼ିକୁ ଆହୁରି ମଜବୁତ କରିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+