ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା ୫-ଟି ଚାର୍ଟର
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଶାସନ ଭାର ଯେତେ ଆଗକୁ ଯାଉଛି ସେମିତି ଦିନକୁ ଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି ମୋହନ ସରକାର । ଏହାରି ଭିତରେ ବୁଧବାର ମଧ୍ୟ ରାଜ୍ୟ ବିଜେପିର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।
ବାବୁଙ୍କ ଉପରୁ ହଟିଲା 5T । ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ ହଟିଲା 5T । 5T ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ପଦନ୍ନୋତି ପାଇଁ ୨୦୧୯ ପୂର୍ବରୁ ଥିବା ଫର୍ମାଟ ଲାଗୁ କରିବେ ନୂଆ ସରକାର ।ଦକ୍ଷତା ଭିତ୍ତିରେ ୟଙ୍ଗ ଅଫିସରଙ୍କ ପ୍ରମୋସନ୍ ପାଇଁ ପଦନ୍ନୋତି ନିୟମରେ 5T ଚାର୍ଟର ଲାଗୁ କରିଥିଲେ ପୂର୍ବତନ ନବୀନ ସରକାର। ତେବେ ଏହି ନିୟମକୁ ବର୍ତ୍ତମାନ ହଟାଇଛନ୍ତି ମୋହନ ସରକାର।












Click it and Unblock the Notifications