Get Updates
Get notified of breaking news, exclusive insights, and must-see stories!

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ:୨୯ ଓଏଏସଙ୍କୁ ବଦଳି

ଓଡ଼ିଶା ସରକାର ଶନିବାର ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୨୯ ଜଣ ଓଏଏସଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେତେକ ତହସିଲଦାରଙ୍କ ସହ ମୋଟ ୨୯ ଓଏଏସ୍ ଅଫିସରଙ୍କ ବଦଳି କରାଯାଇଛି । ବିଏମସି ଡେପୁଟି କମିଶନର ରୋଶନ ଶତପଥୀଙ୍କୁ ଆଇନ, ଶ୍ରମ ଓ ଅବକାରୀ ବିଭାଗର ମନ୍ତ୍ରୀଙ୍କ ଓଏସଡି ଭାବେ ବଦଳି କରାଯ।ଇଛି ।

Major changes at the OAS level

ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଓଏଏସ୍ ରୋଶନ ଶତପଥୀଙ୍କୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଓଏସଡି ଭାବେ ବଦଳି କରାଯାଇଛି । ମହିଳା ଓ ଶିଶୁବିକାଶ ବିଭାଗର ଅନୁସଚିତ ଜନ୍ମେଜୟ ସାହୁଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗର ମନ୍ତ୍ରୀ ରବି ନାଏକଙ୍କ ଓଏସଡି ଭାବେ ବଦଳି ହୋଇଛି । ସେହିପରି ଅନ୍ୟ ଓଏଏସ୍ ଅଫିସରମାନଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ବଦଳି ହୋଇଛି । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+