IAS ସ୍ତରରେ ବଡ଼ ଅଦଳବଦଳ; ବଦଳିଲେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ
IAS ସ୍ତରରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳ ବଦଳିଛନ୍ତି । ଅନେକ ଦିନ ପରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଗକୁ ନିର୍ବାଚନ ଥିବାବେଳେ ଏହି ବଡ଼ ପରିବର୍ତ୍ତନ ହୋଇଛି ।
କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବରେ ଦାୟିତ୍ବ ମିଳିଛି । ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ ଦାୟିତ୍ବ ମିଳିଛି । ବିଶାଲ ସିଂହଙ୍କୁ କେନ୍ଦୁଝର ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରାଯାଇଛି ।
ଆଦିତ୍ୟ ଗୋୟଲ ହେଲେ ବରଗଡ଼ ଜିଲ୍ଲାପାଳ । ଅନ୍ୟା ଦାସ ହେଲେ ସୋନପୁର ଜିଲ୍ଲାପାଳ । ମନୋଜ ସତ୍ୟବାନ ମହାଜନ ହେଲେ ରାୟଗଡ଼ା ଜିଲ୍ଲାପାଳ । ପାୱାର ସଚିନ ପ୍ରକାଶ ହେଲେ ମାଲକାନଗିରି ଜିଲ୍ଲାପାଳ । ଗୌରବ ଶିବାଜୀ ଈଶ୍ୱର ହେଲେ ବଲାଙ୍ଗୀର ଜିଲ୍ଲାପାଳ ।
ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ । ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ । କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ । ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ । ମହମ୍ମଦ ଅବଦଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ । ଜେ. ସୋନାଲଙ୍କୁ ବୌଦ୍ଧ ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରାଯାଇଛି। ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ସମ୍ବଲପୁର ଜିଲ୍ଲାପାଳ ।

ସେହିପରି ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ ମହାନଗର କମିଶନର । ତେମ୍ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ । ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍ଡିସି । ରଂଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍ଡିସି । କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ । ନିଖିଲ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ । ମନୀଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ହୋଇଛନ୍ତି । ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ପଞ୍ଚାୟତିରାଜ ଯୁଗ୍ମ ସଚିବ। ଲିଙ୍ଗରାଜ ପଣ୍ଡା ହେଲେ ସମବାୟ ବିଭାଗ ଯୁଗ୍ମ ସଚିବ । ଅମ୍ରିତ ଋତୁରାଜ ହେଲେ ଶ୍ରମ କମିଶନର । ଅନନ୍ୟା ଦାସ ହେଲେ ବୟନ ଶିଳ୍ପ ଯୁଗ୍ମ ସଚିବ । ବିମଳେନ୍ଦୁ ରାୟ ହେଲେ ଇପିଏମ୍ ନିର୍ଦ୍ଦେଶକ । ନୃସିଂହ ଚରଣ ସ୍ୱାଇଁ ହେଲେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ। ନରହରି ସେଠୀ ହେଲେ ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ ।
ଧିନେଶ ଦସ୍ତାଗର ଗଂଜାମ ଉପଜିଲ୍ଲାପାଳ ହୋଇଛନ୍ତି । ରୀନା ପ୍ରଧାନ ହେଲେ ବାଲିଗୁଡ଼ା ଉପଜିଲ୍ଲାପାଳ । ସେହିପରି ପ୍ରଥମେଶ ଅରବିନ୍ଦ ରାଜସିର୍କେ ହେଲେ ବାଲେଶ୍ୱର ଉପଜିଲ୍ଲାପାଳ। କିରଣଦୀପ କୌଣ ସହୋଟା ହେଲେ ଗୁଣପୁର ଉପଜିଲ୍ଲାପାଳ । ରେହାନ ଖତ୍ରୀ ହେଲେ ଟିଟିଲାଗଡ଼ ଉପଜିଲ୍ଲାପାଳ । ଧିମାନ ଚକମା ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications