ମେଜରଙ୍କୁ ମାଡ଼ ଘଟଣା: ୫ ପୋଲିସ ଅଧିକାରୀ ସସ୍‌ପେଣ୍ଡ, ବଦଳିଲେ ଭରତପୁର ଥାନା ଆଇଆଇସି, କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ଭରତପୁର ଥାନାର ମାଡ଼ ଓ ଅନ୍ୟାୟ କାହାଣୀର ସତ୍ୟତା ଯେତିକି ଯେତିକି ଆଗକୁ ଆସୁଛି ପୋଲିସର ଅସଲ ଚେହେରା ସାମ୍ନାକୁ ଆସୁଛି। ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ମାମଲାରେ ୫ ପୋଲିସ ଅଧିକାରୀ ନିଲମ୍ବିତ କରାଯାଇଛି । ବଦଳିଲେ ଭରତପୁର ଥାନା ଅଧିକାରୀ। ଥାନା ଆଇଆଇସି ସମେତ ମହିଳା ଏଏସଆଇ ଓ ଜଣେ କନଷ୍ଟେବଳ ବଦଳିଲେ। ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ହେଡକ୍ୱାର୍ଟର୍ସକୁ ବଦଳି କଲେ ପୋଲିସ କମିଶନର। ତାଙ୍କ ସ୍ଥାନରେ କମିଶନରେଟ୍ ମୁଖ୍ୟାଳୟରେ ଥିବା ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।

ସୂଚନାଯୋଗ୍ୟ, ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲ୍‌ରୁ ନିନ୍ଦା କରାଯାଉଛି । ଏହି ଘଟଣାରେ ବର୍ତ୍ତମାନ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଏଭଳି ସ୍ଥିତିରେ ତଦନ୍ତର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତିରେ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରିଥିଲା। ତାଙ୍କ ସ୍ଥାନରେ କମିଶନରେଟ୍‌ ପୋଲିସ ମୁଖ୍ୟାଳୟରେ ଥିବା ଇନ୍‌ସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭରତପୁର ଥାନାରେ ଥିବା ଏଏସ୍‌ଆଇ ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଂସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ସଲିଳମୟୀଙ୍କୁ ଭୁବନେଶ୍ୱର ଡିସିପି ଅଫିସ ଓ ବଳରାମଙ୍କୁ ଭୁବନେଶ୍ୱର ରିଜର୍ଭ ଅଫିସକୁ ବଦଳି କରାଯାଇଥିବା କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି।

Major assault incident

ସୂଚନାଥାଉକି ଓଡିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ କ୍ୟାପଟେନ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ। ଉଭୟ ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବା ପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ।

ଏନେଇ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ। ଅଭିଯୋଗ ରଖିବାକୁ ତାଙ୍କୁ କହିବା ପରେ ସେ ଶୁଣିନଥିଲେ। ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବଂଶଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+