ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର । ପହଣ୍ଡି ବିଜେ ନୀତି ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଡ ଠାକୁର । ସେବାୟତଙ୍କ ଗୋଡ ଖସିବାରୁ ଖସିଗଲେ ବଡ ଠାକୁର । ଆହତ ହେଲେ ୫ ଜଣ ସେବାୟତ । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

cm mohan majhi

ଆଜି ଚତୁର୍ଦ୍ଧମୂରତିଙ୍କ ଆଡପ ମଣ୍ଡପ ବିଜେ ହେଉଛି । ଚକ୍ରରାଜ ସୁଦର୍ଶନଙ୍କ ପରେ ପ୍ରଭୁ ବଳଭଦ୍ରଙ୍କ ଆଡପ ବିଜେ ହେଉଛି, ବର୍ତ୍ତମାନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୁଖ୍ୟମନ୍ତ୍ରୀ ମୋହନ, ଆଇନ ମନ୍ତ୍ରୀଙ୍କୁ ତୁରନ୍ତ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଉପଯୁକ୍ତ ପଦକ୍ଷେପ ନେବାକୁ ଆଇନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଏଥିସହ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+