ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଆଉ ୨ ଅଭିଯୁକ୍ତ ଫେରାର
ଭୁବନେଶ୍ୱର ଧଉଳି ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କ୍ବାଡ୍ ଓ ଧଉଳି ଥାନା ପୋଲିସ । ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।ଘଟଣାଠାରୁ ଫେରାର ଥିଲା ଜୋକର ହାପି । ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି ।

ସୂଚନା ଯୋଗ୍ୟ; ଗତ ୧୧ରେ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇଥିବା ବେଳେ ବାଙ୍କୁଆଳ ନଦୀବନ୍ଧରେ ଦୁର୍ବୃତ୍ତମାନେ ଅଟକାଇଥିଲେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ପୁରୁଷ ବନ୍ଧୁଙ୍କୁ କିଛି ଦୁର୍ବୃତ୍ତ ଟଙ୍କା ମାଗିଥିଲେ। ସେ ଟଙ୍କା ନଦେବାରୁ ତାଙ୍କୁ ମାରପିଟ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ପୀଡିତାଙ୍କ ସହ ଦୁର୍ବ୍ୟବାହର କରି ନଈପଠା ଭିତରକୁ ଟାଣି ଅମାନବୀୟ କାଣ୍ଡ ଭିଆଇଲେ ଅପରୀଧି। ଦୟାନଦୀ କୂଳରେ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ। ଯୁବକଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରି ଦେଇଥିଲେ।












Click it and Unblock the Notifications