ମହୁରୀକାଲୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତର ସଫଳତା
ମହୁରୀକାଲୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତର ସଫଳତା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପଦରବଳୀ ଗାଁର ଗୋବିନ୍ଦ ଚନ୍ଦ୍ର ଗୌଡ, ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଜଣେ ସଫଳ ଚାଷୀ । ଏହି ଜଳସେଚନ ପ୍ରକଳ୍ପ ଆରମ୍ଭରୁ ଏକ ଦୀର୍ଘ ମିଆଦି ଜଳ ପରିଚାଳନା ସହିତ ଜଳସେଚନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି । ଏହି ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତର ଚାଷୀମାନେ ଜଳକର ଆଦାୟ କରୁଛନ୍ତି । ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ନେତୃତ୍ୱରେ ସମସ୍ତଙ୍କର ସହଯୋଗରେ ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସେଚାଞ୍ଚଳକୁ ସେମାନେ ୩୦ ପ୍ରତିଶତ ବୃଦ୍ଧି କରିପାରିଛନ୍ତି ।
ଉନ୍ନତ ଜ୍ଞାନ କୌଶଳର ଉପଯୋଗ କରି ବିଭିନ୍ନ ଉନ୍ନତିମୂଳକ କୃଷି କାର୍ଯ୍ୟକ୍ରମ କରୁଥିବାରୁ ସେମାନଙ୍କର ଏହି ଉଦ୍ୟମ ଅନ୍ୟ ପ୍ରକଳ୍ପ ତଥା ପାଣି ପଞ୍ଚାୟତ ପାଇଁ ଉଦାହରଣ ସୃଷ୍ଟି କରିଛି । ତେଣୁ ମହୁରୀକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପାଇଁ ପଞ୍ଚାୟତକୁ ଉତ୍ତମ ଜଳ ଉପଭୋକ୍ତା ସଂଘ ଭାବରେ ୪ର୍ଥ ଜାତୀୟ ଜଳ ପୁରସ୍କାର ପାଇଁ ମନୋନୀତ କରାଯାଇଥିବାରୁ ସେମାନ ଗର୍ବିତ ବୋଲି କହିଛନ୍ତି ଗୋବିନ୍ଦ ଚନ୍ଦ୍ର ଗୌଡ଼ ।












Click it and Unblock the Notifications