ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ
Mahima Mishra under CBI Scanner :ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ
ପାରାଦୀପ: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ ଆରମ୍ଭ କରିଛି ସିବିଆଇ ଟିମ୍ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘରେ ଚଢାଉ କରିଛି ସିବିଆଇ । କଟକ ଲିଙ୍କ୍ ରୋଡ୍ ସ୍ଥିତ ଓଏସଏଲ୍ ଅଫିସ ସହ ପାରାଦୀପ ବଡ଼ପଡ଼ିଆ ସ୍ଥିତ OSL ଅଫିସରେ ମଧ୍ୟ ରେଡ୍ । ପାରାଦୀପ ବନ୍ଦର ଚିପ୍ ମେକାନିକାଲ ଇଞ୍ଜିନିୟରଙ୍କ ଅଫିସ, ମହିମା ମିଶ୍ରଙ୍କ OSL ଓ ବିଭିନ୍ନ ଷ୍ଟିଭେଡୋର ସଂସ୍ଥାର କାର୍ଯ୍ୟାଳୟ ସହିତ କିଛି ଠିକା ସଂସ୍ଥା ଉପରେ ମଧ୍ୟ ରେଡ୍ ହୋଇଛି ।

ପାରାଦୀପ ପୋର୍ଟର ଚିଫ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ ଓ ଠିକାଦାର ସୁମନ୍ତ ରାଉତଙ୍କୁ ପାରାଦୀପର ଏକ ଗେଷ୍ଟ ହାଇସରେ ଜେରା କରାଯାଉଛି । ରେଡ୍ ସମୟରେ ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କ ପାଖରୁ ପ୍ରାୟ ୮୦ ଲକ୍ଷ ଟଙ୍କା ମିଳିଥିବା ବେଳେ ତାଙ୍କ ପରାମର୍ଶଦାତା ସନ୍ତୋଷ ରାଉତଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ନଗଦ ମିଳିଛି ।












Click it and Unblock the Notifications