ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ

Mahima Mishra's Son Charchit Arrested :ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ

ଭୁବନେଶ୍ୱର:ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଆଜି ଚର୍ଚ୍ଚିତ ଗିରଫ ହୋଇଛନ୍ତି । ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଚର୍ଚ୍ଚିତଙ୍କୁ ଗିରଫ କରିଛି ସିବିଆଇ । ଭୋର ୪ଟାରେ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ମେଡିକାଲ ଟେଷ୍ଟ ପରେ ତାଙ୍କୁ ଗିରଫ କରାଯାଇଥିଲା । ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଏ ପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ । ଏହି ମାମଲାରେ ଗତକାଲି ୪ଜଣଙ୍କୁ ଗିରଫ କରାଯାଇଥିଲା । ସେପଟେ ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି ।

charchit

ଚଢ଼ାଉ ସମୟରେ ସିବିଆଇ ହାତରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲାଗିଛି । ମହିମା ମିଶ୍ରଙ୍କ ବଡ଼ ପୁଅକୁ ମଧ୍ୟ ଟିମ ସାଥୀରେ ପଚରାଉଚରା ପାଇଁ ନେଇଥିଲେ । ଦୀର୍ଘ ୨୦ ଘଣ୍ଟା ଜେରା ପରେ ଶିଳ୍ପପତି ମହିମା ମିଶ୍ର ବଡ଼ ପୁଅ ଚନ୍ଦନ ମିଶ୍ର ବାହାରିଥିଲେ ।

ତେବେ ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ରହିଛି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ,କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଗିରଫ କରାଯାଇଥିଲା । ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓ ଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଏପର୍ଯ୍ୟନ୍ତ ସେମାନଙ୍କ ଠାରୁ ୮୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି। ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+