ମଙ୍ଗଳବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ
Puri News: ମଙ୍ଗଳବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି । ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ପାଳିଆ ସେବକଙ୍କୁ ସେବାୟତ ଛୁଇଁ ଦେବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ତେବେ ମଇଲମ ଚାଲିଥିବା ବେଳେ ସେବାୟତ ଛୁଇଁ ଦେଇଥିଲେ ।

ତେବେ ଏହା ପୂର୍ବରୁ ଶନିବାର ଦିନ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼଼ ମହାସ୍ନାନ ହୋଇଥିଲା । ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ପାଣି ସେବକ ଝୁଣ୍ଟି ପଡି ଆଘତ ଲାଗିଥିଲା ଫଳରେ ରକ୍ତ ଛିଟା ପଡିଥିଲା ଏବଂ ପରେ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଥିଲା ।












Click it and Unblock the Notifications