Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ଶୈବପୀଠ, ରାତି ୧୦ଟାରେ ଉଠିବ ମହାଦୀପ

ଆଜି ପବିତ୍ର ମହା ଶିବରାତ୍ରି । ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବପଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 mahashivratri 2023

mahashivratri 2023: ଆଜି ପବିତ୍ର ମହା ଶିବରାତ୍ରି । ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବପଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଲମ୍ବା ଧାଡ଼ିରେ ଛିଡା ହୋଇ ଦର୍ଶନ କରୁଛନ୍ତି ଭକ୍ତ ଅନେକ ମନ୍ଦିର କରାଯାଇଛି ବ୍ୟାରିକେଡ୍ ବ୍ୟବସ୍ଥା ।

ଲିଙ୍ଗରାଜରେ ରାତି ୧୦ଟାରେ ମହାଦୀପ ଉଠିବାକୁ ନିର୍ଘଣ୍ଟ
ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ସମସ୍ତ ଶୈବପୀଠ । ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ପ୍ରଶାସନ ଏବଂ କମିସନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ପରେ ଭୋର ୪ଟାରୁ ପ୍ରଥମେ ସବାୟତ ପରିବାର ଦର୍ଶନ କରିସାରିଛନ୍ତି । ଏହା ପରେ ସକାଳ ୫ରୁ ଆରମ୍ଭ ହୋଇଛି ସାହାଣାମେଳଆ ଦର୍ଶନ, ଯାହା ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ।ଏହାପରେ ଆରମ୍ଭ ହେବ ମହାପ୍ରଭୁଙ୍କର ଜାଗର ଯାତ୍ରା ନୀତି । ଆଜି ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି ।

ସେହିପରି ପୁଷ୍କରିଣୀ ଚାରିପଟକୁ ଆଲୋକ ମାଳାରେ ସଜେଇ ଦିଆଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ବବର୍ତ୍ତୀ ଅନ୍ୟ ସବୁ ଛୋଟ ମନ୍ଦିରରେ ସୁନ୍ଦର ଲିଚୁମାଳା ଲଗାଯାଇଛି । ଏଥିସହ ମନ୍ଦିର ନିକଟ ଗଛଗୁଡ଼ିକରେ ମଧ୍ୟ ରଙ୍ଗିନ୍ ଲାଇଟ୍ ଲଗାଯାଇଛି । ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରି ଉପରେ ଆଲୋକମାଳା ଝଲସୁଛି ।

ଧବଳେଶ୍ୱର ମନ୍ଦିର
ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ମନ୍ଦିରରେ ମଧ୍ୟ ଲାଗି ରହିଛି ଭକ୍ତଙ୍କ ଭିଡ଼ । ଶୃଂଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଇଛି । ଏଥର ଜାଗରରେ ଝୁଲାପୋଲ କି ଡଙ୍ଗା ଯୋଗେ ନୁହେଁ ମହାନଦୀ ଭିତରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପୂଜକ ସମିତି ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ରାତି ସାଢ଼େ ୧୨ଟୁ ୧ଟା ମଧ୍ୟରେ ଉଠିବ ମହାଦୀପ । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ନଜରରେ ରଖି ପୀଠରେ ବ୍ୟାରିକେଡ ସହ ସିସିଟିଭି ବ୍ୟବସ୍ଥା କରାଯିବ । ସେହିପରି ପରୁରୀର ଲୋକନାଥ ମନ୍ଦିରରେ ଶଙ୍କରଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବା ପାଇଁ ମିଳୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+