Get Updates
Get notified of breaking news, exclusive insights, and must-see stories!

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଲିଙ୍ଗରାଜଙ୍କଠୁ ଲଡୁବାବା । ସବୁଠି ଶାନ୍ତି ଶୃଙ୍ଖଳାରେ ଆରମ୍ଭ ହୋଇଛି ଦର୍ଶନ । କୋଭିଡ ଗାଇଡଲାଇନକୁ ମାନି ବାବାଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଭୁବନେଶ୍ୱର: ଆଜି ଜାଗର । ଆଦିଶକ୍ତିଙ୍କ ପୂଜାର୍ଚ୍ଚନାରେ ବ୍ୟସ୍ତ ଶ୍ରଦ୍ଧାଳୁ । ତେବେ ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପିଠ । ଲିଙ୍ଗରାଜଙ୍କଠୁ ଲଡୁବାବା । ସବୁଠି ଶାନ୍ତି ଶୃଙ୍ଖଳାରେ ଆରମ୍ଭ ହୋଇଛି ଦର୍ଶନ । କୋଭିଡ ଗାଇଡଲାଇନକୁ ମାନି ବାବାଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଲିଙ୍ଗରାଜ ମନ୍ଦିର:

ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ଶ୍ରଦ୍ଧାଳୁମାନେ ପ୍ରଶାସନର କଟକଣା ଭିତରେ ବାବାଙ୍କ ଦର୍ଶନ କରୁଛନ୍ତି। କଟକର ପ୍ରସିଦ୍ଧ ପରମହଂସ ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି, ମାତ୍ର ସେଠାରେ ଦୀପ ଜାଳିବା ଲାଗି ଅନୁମତି ନ ଥିବା ହେତୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଛି।

Mahashivratri 2021

ବାବା ଧବଳେଶ୍ଵର:

ସେପେଟ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ୧୪୪ ଧାରା ଲାଗୁ ହୋଇଛି । ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଲାଗୁ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ବାବା ଧବଳେଶ୍ଵର ପୀଠରେ ମହାଶିବରାତ୍ରୀ ପାଳନ ହେବ ।

କପିଳାସ:

ଢେଙ୍କାନାଳ ଜିଲ୍ଲାର ବିଖ୍ୟାତ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁମାନେ ନେଗେଟିଭ କୋଭିଡ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରୁଛନ୍ତି। ଏଠାରେ ବାହାର ଜିଲ୍ଲାର ଭକ୍ତମାନଙ୍କୁ ଛଡ଼ାଯାଉ ନ ଥିବା ଖବର ମିଳିଛି। ପୁରୀର ଲୋକନାଥ ପୀଠରେ କୋଭିଡ କଟକଣା ଭିତରେ ମହାଶିବରାତ୍ରୀ ପାଳିତ ହେଉଛି। ଏଠାରେ ଭକ୍ତମାନଙ୍କର ଥର୍ମାଲ ଟେଷ୍ଟିଂ କରାଯାଇ ମନ୍ଦିର ଭିତରକୁ ଛଡ଼ାଯାଉଛି।

ମହାବିନାୟକ:

ସେହିପରି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ରୀତିନୀତି ଅନୁସାରେ କେବଳ ପୂଜାର୍ଚ୍ଚନା ଚାଲୁରହିଛି । ଭକ୍ତଙ୍କୁ ମନ୍ଦିର ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ସେହିପରି କୌଣସି ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନାହିଁ । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଧ୍ୟ ରାତ୍ରିରେ ମହାଦୀପ ଉଠିବା ପାଇଁ ମନ୍ଦିର କମିଟି ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+