• search
For Quick Alerts
Turn On Notification  
For Daily Alerts

ଗହଳି ହେଲେ ଦୀପଦାନ ବନ୍ଦ, ନିଆଯିବ କାର୍ଯ୍ୟାନୁଷ୍ଠାନ

|

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ବନ୍ଦ ହୋଇପାରେ ଦୀପ ଦାନ । ମନ୍ଦିର ଭିତରେ ଅତ୍ୟଧିକ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ କରୋନା କଟକଣା ମାନି ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି ମିଳିଛି ବୋଲି କହିଲେ ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ।

Lingaraj temple

ସେପଟେ ଜାଗର ପାଇଁ ଭୁନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ରାଜଧାନୀରେ ୩୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ଅଛନ୍ତି । ଟ୍ରାଫିକ୍ ପାଇଁ କଟକଣା ହୋଇଛି ଓ କିଛି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି ।

ଦର୍ଶନ ବେଳେ ଲୋକେ କୋଭିଡ୍ ଗାଇଡଲାଇନ୍‌ ପାଳନ କରିବାକୁ ସେ କହିଛନ୍ତି । ସେହିପରି ସହରର ସିସିଟିଭି ଉପରେ ମଧ୍ୟ ନଜର ରଖିଛି ପୁଲିସ । ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mahashivratri at Lingaraj temple bhubaneswar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X