Mahashivratri 2025: ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ (ମହାଶିବରାତ୍ରି) କାହିଁକି ବହୁ ଗୁରୁତ୍ଵପୂର୍ଣ୍ଣ ?

ଆଉ କିଛି ଦିନ ପରେ ମହାଶିବରାତ୍ରି । ପ୍ରତ୍ୟେକ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ଶିବରାତ୍ରି ପାଳିତ ହୋଇଥାଏ। ତେବେ ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ସେଦିନ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଏଭଳି ସ୍ଥିତିରେ ଥାଏ ଯେତେବେଳେ ମାନବ ଶରୀର ପ୍ରାକୃତିକ ଭାବେ ଶକ୍ତି ସମ୍ପନ୍ନ ରହିଥାଏ, ଯେତେବେଳେ ପ୍ରକୃତି ବ୍ୟକ୍ତିକୁ ଆଧ୍ୟାତ୍ମିକତାର ଶୀର୍ଷକୁ ନେଇ ଯାଇଥାଏ। ଏହାର ଉପଯୋଗ କରିବାକୁ ମହାଶିବରାତ୍ରି ପରମ୍ପରା ଆୟୋଜିତ ହୋଇଥାଏ। ସବୁକିଛି ଯାହାଙ୍କ ମଧ୍ୟରେ ଶାୟିତ ବା ଅଧିଷ୍ଠିତ ବା ଯିଏ ସମସ୍ତଙ୍କର ଆଶ୍ରୟସ୍ଥଳ ସେ ହେଉଛନ୍ତି ଶିବ।

ମହାଶିବରାତ୍ରି ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରକୃତି ଠାରୁ ବିଶେଷ ଶକ୍ତି ଆହରଣ କରି ଆଧ୍ୟାତ୍ମିକ ଆନନ୍ଦ ପ୍ରାପ୍ତ କରିବା। ଆଧ୍ୟାତ୍ମିକ ମାର୍ଗରେ ଥିବା ଲୋକଙ୍କ ପାଇଁ ଶିବରାତ୍ରି ବିଶେଷ ମହତ୍ତ୍ୱପୂର୍ଣ୍ଣ। ମହାଦେବଙ୍କର ତପସ୍ୟା କଲେ ଅଫୁରନ୍ତ ଆନନ୍ଦ, ସହ୍ୟ, ଧୈର୍ଯ୍ୟ, ଅଧ୍ୟବସାୟ ଓ ବୈଶିଷ୍ଟ୍ୟାନୁପାତିକ ପରିପୋଷଣ ମିଳିଥାଏ। ସର୍ବଯୋଗ ବା ସର୍ବସିଦ୍ଧିର ଅଧିପତି ମହାଦେବ। ତାଙ୍କର ଅନ୍ୟ ଏକ ନାମ ଯୋଗୀଶ୍ୱର ବା ଯୋଗେଶ୍ୱର। ସକଳ ବୋଧ, ଦର୍ଶନ ଓ ଜ୍ଞାନ ତାଙ୍କର ଅଧିଗତ। ମହାଦେବଙ୍କ ବାହନ ବୃଷଭ ହେଉଛି ଧର୍ମର ପ୍ରତୀକ। ସେ ଚତୁଷ୍ପଦ। ଧର୍ମ ଯେତେବେଳେ ଚାରିପାଦ, ସେତେବେଳେ ତାହା ପୂର୍ଣ୍ଣ ମହିମାରେ ବିକଶିତ। ଯୋଗ ପରମ୍ପରାରେ ଶିବଙ୍କ ପୂଜା ଈଶ୍ୱରଙ୍କ ରୂପରେ ନୁହେଁ, ବରଂ ଆଦି ଗୁରୁଙ୍କ ରୂପରେ କରାଯାଇଥାଏ।

Mahashivratri 2025

ଶିବ ହେଉଛନ୍ତି ପ୍ରଥମ ଗୁରୁ, ଯାହାଙ୍କ ଠାରୁ ଜ୍ଞାନର ଉତ୍ପତ୍ତି ହୋଇଛି। ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଧ୍ୟାନରେ ବସିବା ପରେ ଭଗବାନ ଶିବ ଦିନେ(ମହାଶିବରାତ୍ରିରେ) ସମ୍ପୂର୍ଣ୍ଣ ଶାନ୍ତ ଓ ନିଶ୍ଚଳ ହୋଇଯାଇଥିଲେ। ଏହି ଦିନ ମନୁଷ୍ୟ ଧ୍ୟାନ ଏବଂ ଶିବ ଆରାଧନାରେ ସମୟ ବିତାଇଲେ ପରମ ଆନନ୍ଦ ମିଳିପାରିବ। ନାରୀ ହେଉ ବା ପୁରୁଷ, ଯେଉଁମାନେ ମନପ୍ରାଣକୁ ଶିବଙ୍କ ପାଖରେ ସମର୍ପି ଏହି ଉପବାସ ବ୍ରତ ନିଷ୍ଠାରେ କରନ୍ତି, ଅନ୍ତର ସେମାନଙ୍କର ଶୁଦ୍ଧ, ଶାନ୍ତ ଓ ମଙ୍ଗଳମୟ ହୋଇଉଠେ। ଲାଳସା ଓ ଉଗ୍ରତା ସ୍ତିମିତ ହୋଇଆସେ।

ବିଦ୍ର: - ( ଉପରୋକ୍ତ ତଥ୍ୟ ସଂଗୃହୀତ)

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+