Mahashivratri 2025: ମହାଦୀପ ବେଳେ କାହିଁକି ଘଟିଲା ବଡ଼ ଅଘଟଣ ? କେମିତି ପଡିଗଲେ ସେବାୟତ ?

କାହିଁକି ଲିଙ୍ଗରାଜ ମନ୍ଦିରରେ ମହାଦୀପ ନେଇ ଚଢ଼ିବା ବେଳେ ପଡିଗଲେ ସେବାୟତ ? ଗତକାଲି ଲିଙ୍ଗରାଜ ମନ୍ଦିରରେ ମହାଦୀପ ନେଇ ଚଢ଼ିବା ବେଳେ ଅଘଟଣ ଘଟିଛି । ତେବେ ଏ ନେଇ ମୁହଁ ଖୋଲିଛନ୍ତି ଆହତ ସେବାୟତ ଯୋଗେନ୍ଦ୍ର ସମର୍ଥଙ୍କ ପୁଅ ।

କିପରି ବାପା ମହାଦୀପ ନେଇ ଚଢ଼ିବା ବେଳେ ଖସିପଡ଼ିଲେ ବଖାଣିଛନ୍ତି ପୂରା ଘଟଣା। ସେ କହିଛନ୍ତି, ବାପା ୨୫ବର୍ଷ ହେଲା ଏହି କାମ କରୁଛନ୍ତି। ତେବେ ଗତକାଲି ମହାଦୀପରେ ଘିଅର ମାତ୍ର ଅଧିକା ଥିଲା। ଏଥିସହ ମନ୍ଦିରରେ ବହୁସ୍ଥାନରେ ମୁଗୁନି ପଥର ରହିଛି।

ଯେଉଁଠି ଆମେ ହାତ ଦେଇ ଚଢ଼ିଥାଉ। ହାତରେ ଘିଅ ଲାଗିଥିବାରୁ ମୁଗୁନି ପଥରରେ ହାତ ଲାଗି ଖସି ଯାଇଥିଲା, ଗୋଡ଼ ମଧ୍ୟ ଖସି ଯାଇଥିଲା। ବାପା ତଳେ ପଡ଼ି ଯାଇଥିଲେ। ଗୋଟିଏ ହାତରେ ମହାଦୀପ ଧରି ଅନ୍ୟ ହାତରେ ଚଢ଼ିବା ଭାରି କଷ୍ଟକର ହୋଇଥାଏ। ବାପାଙ୍କ ଅନୁଭୂତି ବହୁତ ଅଧିକ। ୫ମିନିଟ୍‌ରେ ଲିଙ୍ଗରାଜ ମନ୍ଦିରକୁ ଚଢ଼ି ଯାଇଥାନ୍ତି।

Mahashivratri 2025

ସେ ଆହୁରି କହିଛନ୍ତି, ମହାଦୀପରେ ଘିଅ ଅଧିକ ଦେଉଛନ୍ତି । ଯେତିକି ଘିଅ ଦେଉଛନ୍ତି ତାକୁ ନେଇ ଚଢ଼ିବା ଭାରି କଷ୍ଟକର । ଏନେଇ ବାରମ୍ବାର ଅଭିଯୋଗ ହୋଇଛି । ହେଲେ ସୁଫଳ ମିଳିନାହିଁ ।

ସୂଚନା ଅନୁଯାୟୀ, ଗତକାଲି ମହାଦୀପ ଧରି ଲିଙ୍ଗରାଜ ମନ୍ଦିର ଚୂଡାକୁ ଚଢିବା ବେଳେ ହଠାତ ଖସିପଡିଥିଲେ ସେବାୟତ ଯୋଗେନ୍ଦ୍ର । ଫଳରେ ନିର୍ଦ୍ଧାରିତ ସମୟରୁ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଅର୍ଥାତ ରାତି ପ୍ରାୟ ୧୦ଟା ୪୦ ବେଳକୁ ଉଠିଥିଲା ମହାଦୀପ। ମନ୍ଦିର ଚୂଡାକୁ ଚଢୁଥିବା ବେଳେ ତଳକୁ ସେବାୟତ ଜଣକ ଖସିପଡିଥିଲେ। ପରେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚୂଡାକୁ ଚଢିଥିଲେ। ଆହତ ସେବାୟତଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+