ରାତି ପାହିଲେ ଜାଗର; ସଜେଇ ହେଉଛି ରାଜ୍ୟର ବିଭିନ୍ନ ଶୈବପୀଠ
ସଜେଇ ହେଉଛି ରାଜ୍ୟର ବିଭିନ୍ନ ଶୈବପୀଠ । ରାତି ପାହିଲେ ଜାଗର । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ ଉଠିବ । ଶ୍ରଦ୍ଧାଳୁଙ୍କ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ।
ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି ଟିଭିର ବ୍ୟବସ୍ଥା ହେବ । ଶ୍ରଦ୍ଧାଳୁମାନେ ମନ୍ଦିରକୁ କେଉଁ ବାଟେ ଆସିବେ । ସେବାୟତଙ୍କ ପରିବାର କେଉଁ ବାଟେ ମନ୍ଦିର ଭିତରକୁ ପ୍ରବେଶ କରିବେ । ପାସଧାରୀ ଭିଆଇପି ଆସିବେ। ସେଥିପାଇଁ କ୍ରିୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେହିପରି ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ମହା ଶିବରାତ୍ରିକୁ ଯାକଜାମକରେ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ଓ ସେବାୟତ ମାନେ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।
ଶିବରାତ୍ରି ପାଇଁ ମନ୍ଦିର ରଙ୍ଗ କାର୍ଯ୍ୟ ସରିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି । ପୀଠରେ ଆଲୋକୀକରଣ, ପରିମଳ, ପିଇବା ପାଣି, ଡ୍ରେନେଜ ବ୍ୟବସ୍ଥା ଉପରେ କାମ ଜାରି ରହିଛି ।

ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ ଟା ୩୦ ରୁ ହେବ ଦ୍ଵାର ଖୋଲା । ଭୋର୍ ୪ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ହେବ ସର୍ବ ସାଧାରଣ ଦର୍ଶନ । ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା ସହ ଉଠିବ ମହାଦୀପ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି
ଲିଙ୍ଗରାଜ ଶବ୍ଦର ଅର୍ଥ ହେଉଛି 'ଲିଙ୍ଗମାନଙ୍କର ରାଜା', 'ଲିଙ୍ଗ ପୂଜା' ଶିବ ପୂଜାର ପ୍ରତୀକ ହୋଇଥିବାରୁ ଏହା ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା । ଶିବ ଏଠାରେ ତ୍ରିଭୁବନେଶ୍ୱର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଦେବ) ଭାବରେ ପୂଜା ପାଇଥାନ୍ତି । ଏଠାରେ ଦେବୀ ପାର୍ବତୀ ଅନ୍ନପୂର୍ଣ୍ଣା ହୋଇ ପତ୍ନୀ ରୂପରେ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି ।












Click it and Unblock the Notifications