ମହାଶିବରାତ୍ରି: ଜାଗର ପାଇଁ ନୀତି ନିର୍ଘଣ୍ଟ; ରାତି ୧୦ଟା ମହାଦୀପ ଦର୍ଶନ

ଆସନ୍ତା ୨୬ ତାରିଖରେ ମହାଶିବରାତ୍ରି । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି । ସମସ୍ତ ନିର୍ଦ୍ଧାରିତ ନୀତିକାନ୍ତିକୁ ଠିକ୍ ସମୟରେ ସୂଚାରୁ ରୂପେ କିପରି ସମ୍ପାଦନ କରାଯିବ, ସେନେଇ ନିଷ୍ପତ୍ତି ହୋଇଛି।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚାଳନା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦୦ ରୁ ଉର୍ଧ୍ଵ ଅଧିକାରୀ ନିୟୋଜିତ ହେବେ ବୋଲି ପୋଲିସ କମିଶନର କହିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ରାତି ୧୦ଟାରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଗତକାଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। କମିଶନରେଟ ପୋଲିସ ପକ୍ଷରୁ କରାଯାଇଥିବା ଏହି ସମନ୍ୱୟ ବୈଠକରେ ଜାଗର ସହ ମହାଦୀପ ଉଠିବା ପାଇଁ ନୀତିକାନ୍ତ ଧାର୍ଯ୍ୟ କରାଯିବା ସହ ଆନୁସଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି।

Mahashivratri 2025

ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସଂପନ୍ନ ହେବ ଏବଂ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଓ ଦୀପ ଜାଳିବେ, ସେନେଇ ବହୁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚାଳନା ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଶହରୁ ଅଧିକ ପୋଲିସ ଅଧିକାରୀ ନିଯୁକ୍ତ ହେବେ ବୋଲି ପୋଲିସ କମିଶନର କହିଛନ୍ତି।ଟ୍ରାଫିକ ନିୟନ୍ତ୍ର ପାଇଁ ବି ରହିବ ସ୍ୱତନ୍ତ୍ର ବ୍ୟବସ୍ଥା। ସୁରୁଖୁରୁରେ ଯେପରି ଜାଗର ନୀତି ସମ୍ପନ୍ନ ହେବ, ସେନେଇ ସମସ୍ତ ନିଯୋଗ ଏବଂ ସେବାୟତଙ୍କୁ ନିବେଦନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+