Mahashivratri 2025: ଶ୍ରୀଲୋକନାଥଙ୍କ ପୀଠରେ ଭୋର ୫ଟା ୫୬ରେ ଉଠିଲା ମହାଦୀପ
ପବିତ୍ର ମହାଶିବରାତ୍ରୀରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୫ଟା୫୬ରେ ଉଠିଲା ମହାଦୀପ । ନୀତିକାନ୍ତିରେ ଅହେତୁକ ବିଳମ୍ବ ପାଇଁ ଦିନରେ ଉଠିଲା ମହାଦୀପ।
ଗତବର୍ଷ ଭୋର ୪ଟାରେ ମହାଦୀପ ଉଠିଥିବା ବେଳେ ଏବର୍ଷ ପ୍ରାୟ ଦୁଇଘଣ୍ଟା ବିଳମ୍ବରେ ହୋଇଛି। ତେବେ ମହାଦୀପ ଦର୍ଶନ କରିବା ପାଇଁ ଭକ୍ତ ମାନେ ରାତି ଉଜାଗର ରହି ଅପେକ୍ଷା କରିଥିଲେ।
ହଜାର ହଜାର ଭକ୍ତ ଜାଗର ପଡିଆରେ ଦୀପଜାଳି ବସିଥିଲେ। ସେପଟେ ଶ୍ରୀଲୋକନାଥ ଦେବଙ୍କ ରୀତି, ନୀତି, ହରିହର ଭେଟ, ମହାଦୀପ ତଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବିଳମ୍ବରେ ହେଲେ ମଧ୍ୟ ସୁରୁଖୁରୁରେ ହୋଇଛି।

ତେବେ ନୀତି ନୀର୍ଘଣ୍ଟ ଅନୁଯାୟୀ ରାତି ୧୨ଟା ରୁ ଦ୍ବାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୨ଟାରୁ ସର୍ବସାଧାରଣ ଦର୍ଶନ,ପରେ ଅବକାଶ, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇ ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା। ତେବେ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିଥିଲା ।ଆଉ ରାତି ୧୦ଟା ରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତି ପ୍ରାୟ ସାଢେ ୪ଟା ରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିଥିଲା। ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜାଗର ପଦାରେ ଦୀପ ଜାଳିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।












Click it and Unblock the Notifications