ଅଶାନ୍ତ ହେଲା ମହର୍ଷି କଲେଜ,ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା

ମହର୍ଷି କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହିଥିବାରୁ ଆଜି କଲେଜକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆବଶ୍ୟକସ୍ଥଳେ ଛୁଟି ଅବଧି ବଢ଼ାଯିବ ବୋଲି ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Maharshi College

ଆଜି ମହର୍ଷି କଲେଜରେ ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିଲା। ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିବାବେଳେ ଦୁଇଗୋଷ୍ଠୀ ଛାତ୍ର ଆକ୍ରମଣ ଓ ପ୍ରତିଆକ୍ରମଣ କରୁଥିଲେ। ଗଣ୍ଡଗୋଳରେ ଆକ୍ରମଣକାରୀ ଛାତ୍ରଙ୍କୁ ଛଡ଼ାଇବାକୁ ଯାଇ କଲେଜର କେମିଷ୍ଟ୍ରୀ ଲ୍ୟାବ ଆସିଷ୍ଟାଣ୍ଟ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଜଣେ ଛାତ୍ର ଏକ ବୋତଲରେ ଆକ୍ରମଣ କରିଥିଲା।

ଫଳରେ ସେ ଗୁରୁତର ହୋଇଯାଇଥିଲେ। ପୁଲିସ ଗୁରୁତର ଲ୍ୟାବ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛି। ଏହି ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି। ଅପରପକ୍ଷରେ ଆକ୍ରମଣକାରୀ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହର୍ଷି କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+