ଶିମିଳିପାଳ ଅଭୟାରଣ୍ୟରେ ବୁଲିଲା ମହାରାଷ୍ଟ୍ରର ବାଘୁଣୀ
ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ 'ଯମୁନା'। ଆଜି ଶିମିଳିପାଳ ଅଭୟାରଣ୍ୟ କୋର୍ ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି। ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ କାମ କରିବ।ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଛି ଅଢେଇ ବର୍ଷର ବାଘୁଣୀ । ଗତକାଲି ରାତିରେ ଶିମିଳିପାଳରେ ପହଞ୍ଚିଥିଲା । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଏବଂ ବିଶେଷ କରି କଳାବାଘ ସଂଖ୍ୟା ବଢ଼ୁଥିବାରୁ ମହାବଳ ବାଘର ଜେନେଟିକ୍ ଡାଇଭର୍ସିଟିକୁ ନିୟନ୍ତ୍ରଣରେ ରଖିବାରେ ଏହି ବାଘୁଣୀ ସହାୟକ ହେବ ବୋଲି ବନ ବିଭାଗ ଆଶା ରଖିଛି ।
ଏଥିପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିବା ବେଳେ ବାଘୁଣୀର ସ୍ଥାନାନ୍ତରଣ ପାଇଁ ସପ୍ତାହେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ଶିମିଳିପାଳ ଅଭୟାରଣ୍ୟ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ଏନଟିସିଏ କହିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ବାଘୁଣୀକୁ ଏନକ୍ଲୋଜରରେ ଛାଡି ତାର ଗତିବିଧି ଉପରେ ନଜର ରଖାଯିବ ।

ଧିରେ ଧିରେ ତାର ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କରି ଆଉ ଏକ ମହାବଳକୁ ଆଣି ଛଡାଯିବ । ଯାହା ମହାବଳ ବଂଶ ବୃଦ୍ଧିରେ ସହାୟକ ହେବ । ୨୦୨୩ ବାଘ ଗଣନା ତଥ୍ୟ କହୁଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି ।












Click it and Unblock the Notifications