ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧି ଦଳ ୪ଦିନିଆ ଓଡ଼ିଶା ଗସ୍ତ

କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି । ଏହି କ୍ରମରେ ପୁରୀ ଜିଲ୍ଲାର ନିମାପଡ଼ା ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଏକ ୭ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ । ସେମାନେ ଯାତ୍ରାରେ ଭାଗ ନେଇଥିବା ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି ।

viksit bharat sankalp yatra

ପୂର୍ବରୁ ଏହି ସାମ୍ବାଦିକ ପ୍ରତିନିଧି ଦଳ କଟକ ଜିଲ୍ଲାର ଟାଙ୍ଗୀ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମଧ୍ୟ ସାମିଲ ହୋଇ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ମହାରାଷ୍ଟ୍ର ସାମ୍ବାଦିକଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ମହାରାଷ୍ଟ୍ରର ସାମ୍ବାଦିକମାନଙ୍କ ୪ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି ।

ମହାରାଷ୍ଟ୍ରର ଏହି ସାମ୍ବାଦିକମାନେ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ଗବେଷଣା କେନ୍ଦ୍ର (ସିଫା) ପରିଦର୍ଶନ କରି ସେଠାରେ ବିଭିନ୍ନ ମତ୍ସ୍ୟ ଚାଷ ପାଇଁ ହେଉଥିବା ଗବେଷଣା ଓ ଅନୁଷ୍ଠାନର କାର୍ଯ୍ୟପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ମତ୍ସ୍ୟଚାଷୀଙ୍କ ପାଇଁ ଅନୁଷ୍ଠାନ ମାଧ୍ୟମରେ ପ୍ରଣୟନ ହେଉଥିବା କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସେମାନଙ୍କୁ ସୂଚନା ପ୍ରଦାନ କରଯାଇଥିଲା ।

ସାମ୍ବାଦିକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ଐତିହ୍ୟଗ୍ରାମ ରଘୁରାଜପୁର ପରିଦର୍ଶନ କରିଥିଲେ ଏବଂ ସେଠାରେ ଓଡ଼ିଶାର ସ୍ୱତନ୍ତ୍ର ହସ୍ତଶିଳ୍ପ ପଟ୍ଟଚିତ୍ର ନିର୍ମାଣ ଶୈଳୀ ଓ ପ୍ରକ୍ରିୟା ଦେଖି ଅଭିଭୂତ ହୋଇଥିଲେ। ସେମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର ବୁଲି ଦେଖିବା ସହିତ ପିପିଲିର ଚାନ୍ଦୁଆ କାମ ଦେଖି ପ୍ରଭାବିତ ହୋଇଥିଲେ । ପୁରୀ ବ୍ଲୁ ଫ୍ଲାଗ୍‌ ବେଳାଭୂମିର ସ୍ୱଚ୍ଛତା ସେମାନଙ୍କୁ ପ୍ରଭାବିତ କରିଥିଲା ।

ଗତ ମଙ୍ଗଳବାର ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଥିଲେ । ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିବା ସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାରେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା। ସେମାନେ ମଧ୍ୟ କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍‌ ଗସ୍ତ କରି ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ । ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରି ଅନୁଷ୍ଠାନର ସମସ୍ତ ବିଭାଗ ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ।

ଏଥିପୂର୍ବରୁ ସୋମବାର ଅର୍ଥାତ୍‌ ଗସ୍ତର ପ୍ରଥମ ଦିନରେ ମହାରାଷ୍ଟ୍ର ସାମ୍ବାଦିକମାନେ ଭୁବନେଶ୍ୱର ଏମ୍ସ ଏବଂ ସେଣ୍ଟ୍ରାଲ୍‌ ଟୁଲ୍‌ ରୁମ୍‌ ଏଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ପରିଦର୍ଶନ କରିଥିଲେ। ଚନ୍ଦ୍ରଯାନ ଓ ଗଗନଯାନ ଭଳି ମହାକାଶ ଅଭିଯାନର ବିଭିନ୍ନ ସରଞ୍ଜାମ ନିର୍ମାଣରେ ସିଟିଟିସିର ଯୋଗଦାନ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+