ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା: ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ
ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ବାସ ରହିଛି ।
ତେଣୁ ଚନ୍ଦନ ଯାତ୍ରା ଅବସରରେ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ପାଣ୍ଡବଙ୍କୁ ସେବାୟତମାନେ ମଣି ବିମାନରେ ଚନ୍ଦନ ପୁଷ୍କରିଣୀ ନରେନ୍ଦ୍ର ଅଭିମୁଖେ ନେଇଥାନ୍ତି । ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ସେଠାରେ ମନୁଷ୍ୟ ଲୀଳାରେ ନୌକା ବିହାର କରିଥାନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ଏହି ଅବସରରେ ଚନ୍ଦନ, ପୁଷ୍ପର ପ୍ରଲେପ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଯିବାର ପରମ୍ପରା ରହିଛି ।
ଚନ୍ଦନ ଯାତ୍ରା ୨୧ ଦିନ ଧରି ଚାଲିବାକୁ ଥିବା ବେଳେ ନରେନ୍ଦ୍ରରେ ମହାପ୍ରଭୁ ଦିନ ଓ ରାତି ଚାପରେ ଦୁଇଥର ନୌକା ବିହାର କରିବେ । ତେଣୁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଏହି ଲୀଳାକୁ ଦେଖିବା ପାଇଁ ପୁରୀ ଆସିଛନ୍ତି । ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୮ ଜଣ ଆଇଆଇସି ମୁତୟନ ହୋଇଛନ୍ତି । ସେହିପରି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ତିଥିରେ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଏଥିପାଇଁ ଆଜି ଦିନ ତମାମ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଥିଲା। ଚନ୍ଦନ ବାସ୍ନାରେ ଏକାମ୍ର କ୍ଷେତ୍ର ମହକି ଉଠିଥିଲା। ବିନ୍ଦୁସାଗରର ଘନ ନୀଳ ଜଳରାଶିରେ ଖେଳି ବୁଲୁଥିଲା ଚନ୍ଦନ ମହକ ଭରା ଲହରିର ଢେଉ।
ଏମିତି ସୁଗନ୍ଧିତ ପରିବେଶରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ଶୋଭାଯାତ୍ରାରେ ବିନ୍ଦୁସାଗର ଅଭିମୁଖେ ଯାତ୍ରା କରିଥିଲେ ଏବଂ ଚାପ ଡଙ୍ଗାରେ ଭଉଁରି ଖେଳିବା ପରେ ଜଗତି ଉପରେ ଚନ୍ଦନ ପାଣି କୁଣ୍ଡରେ ସ୍ନାନ କରିଥିଲେ। ଆଜିଠୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୩ସପ୍ତାହ ଅର୍ଥାତ ୨୨ଦିନ ଧରି ଚାଲିବ। ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ବର୍ତ୍ତିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଆସୁଥିବା ପ୍ରଭୁଙ୍କ ଏହି ଅନ୍ୟତମ ଲୀଳାଖେଳା ଦେଖିବା ପାଇଁ ଆଜି ଏକାମ୍ର କ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ନିକଟରେ ଯାଇଛି ରୁକୁଣା ରଥଯାତ୍ରା। ଶ୍ରଦ୍ଧାଳୁମାନେ ରଥାରୂଢ଼ ପ୍ରଭୁଙ୍କ ଦିବ୍ୟ ଦର୍ଶନ କରିଛନ୍ତି। ଆଜିଠୁ ଠାକୁରଙ୍କୁ ଚାପ ଡଙ୍ଗାରେ ଭଉଁରି ଖେଳିବାର ଅପୂର୍ବ ଦୃଶ୍ୟ ଦେଖି ଶ୍ରଦ୍ଧାଳୁମାନେ ବିମୋହିତ ହେବେ।












Click it and Unblock the Notifications