କାଲିର ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି; ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି
କାଲିର ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ । ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ । ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ।

ଶ୍ରୀମନ୍ଦିରରେ ଚନ୍ଦ୍ର ଗ୍ରହଣ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ:
ରବିବାର ଚନ୍ଦ୍ର ଗ୍ରହଣ ଥିବାରୁ ଏହା ପୂର୍ବ ଦିନ ଅର୍ଥାତ୍ ଶନିବାର ରାତ୍ର ୨ଟାରେ ଶ୍ରୀମନ୍ଦିରରେ ଦ୍ଵାର ଫିଟା ନୀତି
୨ ଟା ୩୦ରେ ଭିତରଶୋଧ,
୨ ଟା ୪୦ରେ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତି କାନ୍ତି ବଢିବ
ସକାଳ ୫ ଟା ରୁ ୬ଟା ମଧ୍ୟରେ ସକାଳ ଧୂପ (କେବଳ କୋଠଭୋଗ) ନୀତି ଅନୁଷ୍ଠିତ ହେବ
ଅପରାହ୍ନ ୧୨ ଟା ୩୦ରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଅନୁଷ୍ଠିତ ହେବ
ଏହାପରେ ମଇଲମ
ତଡପଲାଗି ହୋଇ ଭିତର କାଠ ଦର୍ଶନ ହେବ
ଭକ୍ତ ମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ
ଗ୍ରହଣ ସ୍ପର୍ଶ ରାତ୍ର ୯ଟା ୫୭ ମିନିଟ ୨୨ ସେକେଣ୍ଡ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଗ୍ରହଣଭୋଗ ଆଦି ନୀତି ସରିବା ପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହେବ ।
'ପାକ ତ୍ୟାଗ ପରେ କୌଣସି ନୀତି ଅନୁଷ୍ଠିତ ହୁଏ ନାହିଁ'
ପୁରୀ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ କହିଛନ୍ତି, 'ଶ୍ରୀମନ୍ଦିରର ବିଧି ଅନୁଯାୟୀ ଯେଉଁ ପର୍ଯ୍ୟନ୍ତ ପାକ ତ୍ୟାଗର ସମୟ ନିର୍ଦ୍ଧାରିତ ହୋଇଥିବ ସେହି ସମୟ ପର୍ଯ୍ୟନ୍ତ ମହାପ୍ରଭୁ ସକାଳୁ ହେଉଥିବା ଦୈନଦିନ ନୀତି ଅନୁଷ୍ଠିତ ହୋଇଥାଏ । ପାକ ତ୍ୟାଗ ପରେ ମହାପ୍ରଭୁଙ୍କ କୌଣସି ନୀତି ଅନୁଷ୍ଠିତ ହୋଇ ନଥାଏ । କେବଳ ଭକ୍ତଙ୍କ ପାଇଁ ଦର୍ଶନ ଜାରି ରହେ । ପରେ ଯେତେବେଳେ ଗ୍ରହଣ ଆରମ୍ଭ ହେବ ସେତେବେଳେ ମହାପ୍ରଭୁ ଙ୍କ ଏକ ଗ୍ରହଣ ସ୍ନାନ ନୀତି ହୋଇଥାଏ । ଏହା ପରେ ପୂଜାପଣ୍ଡା ସେବକ ମାନେ ଆଗାମୀ ନୀତି କରିଥାନ୍ତି । ଅନ୍ୟ ଦେବାଳୟରେ ଗ୍ରହଣ ପାଇଁ ଦେବନୀତି ବନ୍ଦ ରହୁଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ଗ୍ରହଣ ଆରମ୍ଭ ହେଲେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଆରମ୍ଭ ହୋଇଥାଏ । ଏହା ହେଉଛି ଶ୍ରୀମନ୍ଦିରର ଭିନ୍ନ ପରମ୍ପରା ଓ ବିଧି । କିନ୍ତୁ ପାକ ତ୍ୟାଗ ଠାରୁ ଗ୍ରହଣ ଆରମ୍ଭ ହେବା ଯାଏ ଶ୍ରୀମନ୍ଦିରରେ କୌଣସି ନୀତି ଅନୁଷ୍ଠିତ ହୁଏ ନାହିଁ । ଏହି ସମୟରେ କେବଳ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ।'












Click it and Unblock the Notifications