ଆସନ୍ତା ୩୦ରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ୫ ଡଙ୍ଗା

ଆସନ୍ତା ୩୦ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନ ଯାତ୍ରାରେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ତେଣୁ ଠାକୁରଙ୍କ ନନ୍ଦା ଓ ଭଦ୍ରା ଚାପ ନିର୍ମାଣ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି। ପରମ୍ପରା ମୁତାବକ, ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ବୁଡ଼ାଯାଇଥିବା ୫ ଡଙ୍ଗା (୨ଟି ଲେଖାଏ ଡଙ୍ଗାକୁ ଯୋଡ଼ି ନନ୍ଦା ଓ ଭଦ୍ରା ଚାପ ଓ ଅନ୍ୟଟି ବୈଜୟନ୍ତୀ)କୁ ଚୈତ୍ର ପୂର୍ଣ୍ଣିମାରେ ଭୋଇ ସେବକମାନେ ଉପରକୁ କାଢିଛନ୍ତି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ୨୮ ଜଣ ଭୋଇ ସେବକ ପ୍ରାୟ ୬ ଘଣ୍ଟା ପରିଶ୍ରମ କରି ଡଙ୍ଗାଗୁଡ଼ିକୁ ପାଣି ଭିତରୁ ବାହାର କରିଛନ୍ତି।

Mahaprabhu s Chandan Yatra from next 30th 5 boats removed from Narendra Pond

ଏ ସମ୍ପର୍କରେ ଭୋଇ ସର୍ଦ୍ଦାର କୁହନ୍ତି, ଚନ୍ଦନ ଯାତ୍ରା ଶେଷ ହେବା ପରେ ୨ଟି ଚାପିକୁ ଖୋଲି ୪ଟି ଡଙ୍ଗାକୁ ଅଲଗା କରାଯାଏ। ଚନ୍ଦନ ଯାତ୍ରାରେ ସାମିଲ ୫ଟି ଯାକ ଡଙ୍ଗାକୁ ନରେନ୍ଦ୍ରରେ ବୁଡାଇ ରଖାଯାଏ। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମା ଦିନ ଡଙ୍ଗାଗୁଡ଼ିକୁ ବାହାର କରାଯାଇ ନରେନ୍ଦ୍ର ପୁଷ୍କରିଣୀ କଡ଼ରେ ରଖାଯାଏ। ଶୁଖିଯିବା ପରେ ସେଥିରେ ଆବଶ୍ୟକ ମରାମତି ସହ ରଙ୍ଗ ଦିଆଯାଏ। ଶ୍ରୀମନ୍ଦିରର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ମତରେ ଚନ୍ଦନ ଯାତ୍ରାର ୪/୫ ଦିନ ପୂର୍ବରୁ ଚାପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ବିଶ୍ୱକର୍ମାମାନେ ଚାପ ନିର୍ମାଣ କରନ୍ତି। ଦୁଇଟି ଡଙ୍ଗାକୁ ନେଇ ଗୋଟିଏ ଗୋଟିଏ ଚାପ ପ୍ରସ୍ତୁତ ହୁଏ। ଦୁଇ ଚାପ ନନ୍ଦା ଓ ଭଦ୍ରା ଆଗରେ ବୈଜୟନ୍ତୀ ଡଙ୍ଗା ରହିଥାଏ। ନନ୍ଦା ଚାପରେ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଅବସ୍ଥାନ କରନ୍ତି। ଭଦ୍ରା ଚାପରେ ରାମକୃଷ୍ଣ ଏବଂ ପଞ୍ଚ ମହାଦେବ ବିଜେ କରି ଚାପ ଖେଳିଥାନ୍ତି। ବୈଜୟନ୍ତୀରେ ତେଲିଙ୍ଗ ବାଜା ବଜାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+