ଉପାସରେ ରହିଲେ ଶ୍ରୀଲିଙ୍ଗରାଜ ମହାପ୍ରଭୁ: ମଙ୍ଗଳଆଳତି ପରଠାରୁ ବନ୍ଦ ରହିଛି ନୀତି

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ । ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି । ଯାହାକୁ ନେଇ ଶ୍ରଦ୍ଧାଳୁ ଚିନ୍ତିତ । ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାପାଇଁ ହାଇକୋର୍ଟରୁ ଅନୁମତି ମିଳିଛି ।


ସୂଚନା ଅନୁସାରେ, ଦୋକାନ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା ଯାହାକୁ ନେଇ ପୂଜା ପଣ୍ତା ଓ ବ୍ରାହ୍ମଣ ନିଯୋଗ ଦାବି କରିଛି ଯେ ଏହା ପଛରେ ଷଡଯନ୍ତ୍ର ଅଛି ଯେଉଁଥି ପାଇଁ ନୀତିକାନ୍ତି ବନ୍ଦ କରାଯାଇଛି ।

Mahaprabhu Lingaraj

ଏହାକୁ ନେଇ ଦୁଇ ସେବା ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ଦେବତ୍ତୋର ଓକିଲଙ୍କ ନିରବଦ୍ରଷ୍ଟା ଯୋଗୁ ଏକତରଫା ରାୟ ମିଳିଛି । ସେ ଆହୁରି କହିଛନ୍ତି, ବେବନ୍ଦୋବସ୍ତ ଜମି ଗୁଡ଼ିକ କାହିଁକି ସେବାକାରୀଙ୍କଠାରୁ ଛଡାଇ ନିଆଯାଇ ଲିଙ୍ଗରାଜଙ୍କ ଖାତା ଖୋଲା ଗଲା ? ତେବେ ସମସ୍ତ ଜମି ଫେରସ୍ତ କରାଯାଉ ନଚେତ୍ ଆଗାମୀ ଦିନରେ ଅମିର୍ଦ୍ଦିଷ୍ଟ କାଳ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିବ ।

ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରି ମନ୍ଦିର ବନ୍ଦ ହେବା ଫଳରେ ଦିଅଁଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି ।

୨୦୧୯ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ପୂଜା ବନ୍ଦ ହେବାର ଦେଖିବାକୁ ମିଳୁଛି । ଏହା ଶ୍ରଦ୍ଧାଳୁ ମାନଙ୍କୁ ବ୍ୟଥିତ କରୁଛି । ତେବେ ଏହାର ସମାଧାନ ହୋଇ ପାରୁନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+