ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦ: ଉପାସରେ ମହାପ୍ରଭୁ ଲିଙ୍ଗରାଜ, ବନ୍ଦରହିଛି ନୀତିକାନ୍ତି

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦ । ପଇତା ଲାଗି ନୀତିକୁ ନେଇ ବିବାଦ । ଆଜି ବନ୍ଦ ରହିଛି ନୀତିକାନ୍ତି । ଅପୂଜା ରହିଛନ୍ତି ପ୍ରଭୁ ଲିଙ୍ଗରାଜ । ଯାହାକୁ ନେଇ ଶ୍ରଦ୍ଧାଳୁ ବ୍ୟଥିତ ହୋଇଛନ୍ତି ।

ସୋମବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ଉତ୍ସବର ଆଦ୍ୟ ନୀତି ଅଧିବାସ ପୂଜା ହୋଇନଥିଲା । ଫଳରେ ଆଜିର ଅବଶିଷ୍ଟ ନୀତି ମଧ୍ୟ ଆଉ ଆଗକୁ ନ ବଢି ଦିଅଁ ଅପୂଜା ରହିଲେ ।

ସନ୍ଧ୍ୟାଧୂପ ପରେ ବିନ୍ଦୁ ସାଗରରୁ ପବିତ୍ରାର୍ପଣ ଚତୁଦର୍ଶି ନିମନ୍ତେ ସାତ ଗୋଟି ପଇତା ଧୁଆ ହୋଇ ଆସିବ କଥା । ହେଲେ ଏଯାଏଁ ଆସି ନାହିଁ। ସେଥିପାଇଁ ନୀତି ବନ୍ଦ ରହିଛି ।

ମହାପ୍ରଭୁଙ୍କ ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ । ଆଜି ପବିତ୍ରାର୍ପଣ ଚତୁଦର୍ଶି । ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା । ହେଲେ ଏଯାଏଁ ହୋଇ ନାହିଁ ।

ମନ୍ଦିର କାର୍ଯ୍ୟାଳୟ, ଟ୍ରଷ୍ଟବୋର୍ଡ,ସେବାୟତ ପ୍ରତିନିଧିଙ୍କ ସହମତିରେ ଏଭଳି ଘଟିଥିବା କୁହାଯାଉଛି । ସେହିପରି ମଙ୍ଗଳବାର ଦିଅଁଙ୍କ ପବିତ୍ରାରୋପଣ ପର୍ବ ଅନୁଷ୍ଠିତ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।

lingaraj

ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରି ମନ୍ଦିର ବନ୍ଦ ହେବା ଫଳରେ ଦିଅଁଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି ।

୨୦୧୯ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ପୂଜା ବନ୍ଦ ହେବାର ଦେଖିବାକୁ ମିଳୁଛି । ଏହା ଶ୍ରଦ୍ଧାଳୁ ମାନଙ୍କୁ ବ୍ୟଥିତ କରୁଛି । ତେବେ ଏହାର ସମାଧାନ ହୋଇ ପାରୁନି ।

ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପଇତା ଲାଗି ପାଇଁ ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତ ମଧ୍ୟରେ ମତାନ୍ତର ହୋଇଥିଲା। ପ୍ରଭୁଙ୍କ ନିକଟରେ ପଇତା ଲାଗି କିଏ ଆଗେ କରିବ ସେ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ତେବେ କୋର୍ଟରେ ଏହି ଘଟଣା ବିଚାରାଧୀନ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+