ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ମହାପ୍ରଭୁ ନିମନ୍ତ୍ରଣ ପତ୍ର
ଆସନ୍ତାକାଲି ଶପଥ ନେବେ ଓଡ଼ିଶାର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ କିଏ ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ମଙ୍ଗଳବାର ସଂଧ୍ୟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି।

ଶପଥ ଗ୍ରହଣ ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପାଇଁ ଭାଜପା ଦଳ ବିଧାୟକମାନେ ପୁରୀ ଗସ୍ତ କରିଛନ୍ତି। ସୂଚନାଥାଉ କି, ଜନତା ମଇଦାନରେ ଆସନ୍ତାକାଲି ଅପରାହ୍ଣ ୪ଟା ୪୫ରେ ଶପଥ ଉତ୍ସବ ଅନୁଷ୍ଠିତ ହେବ।
ଜୁନ୍ ୧୨ ତାରିଖରେ ରାଜ୍ୟରେ ବିଜେପି ସରକାର ଗଢିବ । ଦୀର୍ଘ ୨୪ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ ପାଇବ ରାଜ୍ୟ । ନୂଆ ସରକାର ଆସିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯିବ । ୧୨ରେ ନୂଆ ସରକାର ଶପଥ ନେବାକୁ ଥିବା ବେଳେ ୧୩ରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ ।












Click it and Unblock the Notifications