ବିବାହ ବନ୍ଧନରେ ବାନ୍ଧି ହେଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ
ବିବାହ ବନ୍ଧନରେ ବାନ୍ଧି ହେଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସ୍ବାଧୀନ ବିଧାୟକ ସାରଦାପ୍ରସାଦ ପ୍ରଧାନ ଓରଫ ବୁଲୁ (୪୬) ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ସେ ଓଏଏସ ଅଧିକାରୀ ସିପ୍ରା ପ୍ରିୟଦର୍ଶିନୀ ଓରଫ ମାମୁନି (୨୭)ଙ୍କ ହାତ ଧରିଛନ୍ତି। ରାଜସ୍ଥାନ ଜୟପୁରରେ ଉଭୟ ପରିବାରର ସଦସ୍ୟ ଓ କିଛି ହାତଗଣତି ଅତିଥିଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି। ତାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
୨୦୨୪ ନିର୍ବାଚନରେ ସାରଦା ବିଜେପିରୁ ଟିକଟ ନ ପାଇ ସ୍ବାଧୀନଭାବେ ନିର୍ବାଚନ ଲଢିଥିଲେ। ସେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତପ୍ରତାପଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ସ୍ବାଧୀନ ଭାବେ ବିଜୟୀ ହୋଇଥିଲେ ମଧ୍ୟ ପରେ ସେ ବିଜେପିକୁ ନିଃସର୍ତ୍ତ ସମର୍ଥନ ଜଣାଇଥିଲେ। ସାରଦାଙ୍କ ଜୀବନସାଥୀ ହୋଇଥିବା ପ୍ରିୟଦର୍ଶିନୀଙ୍କ ଘର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗ୍ରାମର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ୟ୍ୟ କରୁଥିଲେ। ୨୦୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାରେ କୃତକାକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି।

ବୁଲୁ ଅନେକ ଦିନ ହେଲାଣି ମାହାଙ୍ଗାରେ ବେଶ ଚର୍ଚ୍ଚିତ ଚେହେରା ଭାବେ ପରିଚିତ । ଏବେ ଏବେ ସାଧାରଣ ନିର୍ବାଚନରେ ସ୍ୱାଧୀନ ବିଧାୟକ ଭାବେ ମାହାଙ୍ଗାରେ ନିର୍ବାଚିତ ହୋଇ ବିଭିନ୍ନ କାରଣରୁ ବିବାଦ ହେଉ ଅବା ସୁସଂଗଠିତ କାର୍ଯ୍ୟ ପାଇଁ ଓଡିଶାରେ ପରିଚିତ ଚେହେରା । ମାମୁନ ଓରଫ ସିପ୍ରା ପ୍ରିୟଦର୍ଶିନୀ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ । ପରେ ୨୦୨୩ ଓଡିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି ।
ତେବେ ନିଶ୍ଚିନ୍ତକୋଇଲି ବ୍ଲକରେ ମାମୁନ କାର୍ଯ୍ୟ କରୁଥିବା ସମୟରେ ୨୦୨୪ ଜୁନରେ ବୁଲୁ ମାହାଙ୍ଗା ବିଧାୟକ ଭାବେ ନିର୍ବାଚିତ ହେଲା ପରେ ନିଶ୍ଚିନ୍ତକୋଇଲି ବ୍ଲକରେ ମାମୁନଙ୍କ ସ୍ମିତ ହାସ୍ୟ ଓ ନମ୍ରତା ଉପରେ ପ୍ରଭାବିତ ହୋଇଥିଲେ ବିଧାୟକ ବୁଲୁ । ଏହାରି ଭିତରେ ଗୁପ୍ତ ଭାବେ ୪୬ବର୍ଷୀୟ ବୁଲୁ ଓ ୨୭ବର୍ଷୀୟ ମାମୁନଙ୍କ ସମ୍ପର୍କ ପ୍ରେମରୁ ବିବାହ ପର୍ଯ୍ୟନ୍ତ ଏହି ୮ମାସ ମଧ୍ୟରେ ଚାଲିଗଲା । ଆସନ୍ତାକାଲି ମାର୍ଚ୍ଚ ୨ତାରିଖରେ ବୁଲୁ ଓ ମାମୁନ ୭ଜନ୍ମର ସାଥି ହେବାକୁ ଯାଉଛନ୍ତି । ଆମେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି କାମନା କରୁଅଛୁ । ବୁଲୁ ଓ ମାମୁନଙ୍କ ବିବାହକୁ ନେଇ ଏବେ ଖାଲି ମାହାଙ୍ଗା ନୁହେଁ ସାରା ଓଡିଶାରେ ଚର୍ଚ୍ଚା ।












Click it and Unblock the Notifications