ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟ ଦେଲେ ଆଶ୍ୱସ୍ତି
ଭୁବନେଶ୍ୱର:ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କୁ ମିଲିଛି ବଡ଼ ଆଶ୍ୱସ୍ତି । ହାଇକୋର୍ଟ ବଢ଼ାଇଲେ ତାଙ୍କର ଅନ୍ତରୀଣ ସୁରକ୍ଷା ଅବଧି । । ଆଜି ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥଲେ ହାଇକୋର୍ଟ । ଏବେ ଆସନ୍ତା ଜାନୁୟାରୀ ୧୭ ତାରିଖ ଯାଏଁ ବଢ଼ିଲା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା । ଆସନ୍ତା ଜାନୁଆରି ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

ଆସନ୍ତା ଜାନୁଆରି ୧୭ ତାରିଖ ଯାଏ ବିଧାୟକଙ୍କ ବିରୁଦ୍ଧରେ ଏହି ମାମଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ତାଙ୍କ ନିଜ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇନଜୀବୀ ଡି ପି ଧଳ ଓ ଅଂଶୁମାନ ରାୟ ବିଧାୟକଙ୍କ ପକ୍ଷରୁ ବର୍ତ୍ତମାନ ମାମଲା ପରିଚାଳନା କରୁଛନ୍ତି ।












Click it and Unblock the Notifications