Get Updates
Get notified of breaking news, exclusive insights, and must-see stories!

ମାହାଙ୍ଗା ଡବଲ ମର୍ଡର: ପ୍ରତାପ ଜେନାଙ୍କ ଆବେଦନ ଉପରେ ହାଇକୋର୍ଟର ନୂଆ ଖଣ୍ଡପୀଠରେ ଶୁଣାଣି

ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟର ନୂଆ ଖଣ୍ଡପୀଠରେ ଶୁଣାଣି ହୋଇଛି । ପ୍ରତାପ ଜେନାଙ୍କ ଆବେଦନ ଉପରେ ଶୁଣାଣି ହୋଇଛି । ମାର୍ଚ୍ଚ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ପୂର୍ବ ଖଣ୍ଡପୀଠର ବିଚାରପତି ଓହରିଯିବାରୁ ନୂଆ ଖଣ୍ଡପୀଠରେ ଶୁଣାଣି ହୋଇଛି ।

ସୂଚନା ଯୋଗ୍ୟ, ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଥିଲେ । ଏହା ପରେ ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିର୍ଦ୍ଦେଶରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି ।

Pratap Jena

ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତାପଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଜଷ୍ଟିସ ରାଉତରାୟ ଗତ ନଭେମ୍ବର ୨ ତାରିଖରେ ଅଙ୍କୁଶ ଜାରି କରିଥିଲେ। ତେବେ ସେହି ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ତାରିଖ ଯାଏ ବଳବତ୍ତର ରହିବ ବୋଲି ଜଷ୍ଟିସ ରାଉତରାୟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ ।

ମାହାଙ୍ଗା ଡବଲ ମର୍ଡର କେଶରେ ହାଇକୋର୍ଟରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣିରୁ ଓହରି ଯାଇଥିଲେ ବିଚାରପତି ଜଷ୍ଟିସ ବିପି ରାଉତରାୟ । ଏବେ ଏହି ମାମଲା ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି କରାଯିବ ବୋଲି ଜଷ୍ଟିସ ରାଉତରାୟ କହିଥିଲେ ।

ସୂଚନାଥାଉକି, 2021 ଜାନୁଆରି 2 ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏଥିରୁ 9 ଜଣ ଗିରଫ ହୋଇ ସାରିଛନ୍ତି । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+