ମାହାଙ୍ଗା ଡବଲ ମର୍ଡର ଘଟଣା: ବିଧାୟକ ପ୍ରତାପ ଜେନାଙ୍କୁ ସମନ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ସମନ । ସମନ ଜାରି କଲେ ସାଲେପୁର JMFC କୋର୍ଟ । ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ । ଅକ୍ଟୋବର ୩୧ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ପେଶାଲ୍ ମେସେଞ୍ଜର ମାଧ୍ୟମ ରେ ଆସନ୍ତା ୩୧ ତାରିଖ ଦିନ କୋର୍ଟ ରେ ହାଜିର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ପେଶାଲ୍ ମେସେଞ୍ଜରରେ ସମନ ପଠାଇବା ପାଇଁ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଅପିଲ୍ ହୋଇଥିଲା ।

ଆଗରୁ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ନାଁ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିଲେ ପ୍ରତାପ । ହେଲେ ଏବେ ସମନ୍ ହୋଇଛି ।

pratap_jena

ସେ ଆହୁରି କହିଥିଲେ ଯେ, ମାହାଙ୍ଗାରେ ବିକାଶକୁ ସହି ପାରୁ ନାହାନ୍ତି ବିରୋଧୀ । ବିଭିନ୍ନ ଗଣ ମାଧ୍ୟମରେ ମୋ ବିରୁଦ୍ଧରେ ଅପ ପ୍ରଚାର ଚାଲିଛି । ରାଜନୈତିକ ଉଦେଶ୍ୟ ରଖି ମତେ ବଦନାମ କରାଯାଉଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି । ମୋ ସହ ସମସ୍ତଙ୍କ ନାର୍କୋ ଟେଷ୍ଟ କରାଯାଉ ବୋଲି କହିଛନ୍ତି ପ୍ରତାପ ଜେନା ।

ସୂଚନା ଥାଉକି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଏକାଧିକ ସଙ୍ଗୀନ ଦଫାରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ, ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ବି କୋର୍ଟ କହିଛନ୍ତି । ତା' ସହ ପ୍ରତାପ ବିଧାୟକ ହୋଇଥିବାରୁ ମାମଲାର ବିଚାର ପ୍ରକ୍ରିୟାକୁ ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରିଥିଲେ ।

ସେହିପରି ଚଳିତ ବର୍ଷ ଜାନୁଆରୀରେ ପ୍ରତାପ ଜେନାଙ୍କ ନାଁରେ ଚୁଡାନ୍ତ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ସାଲେପୁର JMFC କୋର୍ଟ ଅନୁମତି ଦେଇଥିଲେ । ଏତଲାରେ ପ୍ରତାପଙ୍କ ନାଁ ଅଭିଯୁକ୍ତ ତାଲିକାରେ ଥିବା ସତ୍ତ୍ୱେ ମାହାଙ୍ଗା ପୋଲିସ ମନ ଇଚ୍ଛା ତାଙ୍କ ନାଁ ବିନା କାଟି ଦେଇଥିଲା । କେସ୍‌ ରିପୋର୍ଟରେ ତାଙ୍କ ନାଁ ନଥିବା ଜଣାପଡ଼ିବା ପରେ ଏହାକୁ ବିରୋଧ କରାଯାଇଥିଲା ।

ସୂଚନାଥାଉକି, 2021 ଜାନୁଆରି 2 ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏଥିରୁ 9 ଜଣ ଗିରଫ ହୋଇ ସାରିଛନ୍ତି । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+