ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି, ରୋକ୍ ଲଗାଇଲେ ହାଇକୋର୍ଟ
ପ୍ରତାପ ଜେନାଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି ମିଳିଛି । ହାଇକୋର୍ଟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି । ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି ।
ଗତ ଅକ୍ଟୋବର ୩୧ ତାରିଖରେ ସାଲେପୁର JMFC କୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ହୋଇଥିବା ବେଳେ
ପ୍ରତାପ ଜେନା ନିଜ ଓକିଲଙ୍କ ଜରିଆରେ ହାଜର ହୋଇଥିଲେ । ପ୍ରତାପ ଜେନା ଅସୁସ୍ଥ ଥିବା ନେଇ କ୍ୟାପିଟାଲ ହସ୍ପିଟାଲର ସାର୍ଟିଫିକେଟ ଜମା କରିଥିଲେ । ଏପରିକି ଏଥି ନିମନ୍ତେ ଦୁଇ ସପ୍ତାହର ମହଲତ ମାଗିଥିଲେ ।
ଆଜି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ସାଲେପୁର JMFC କୋର୍ଟରେ ଅର୍ଡର ପହଞ୍ଚି ନ ଥିବାରୁ ଏହି ମାମଲାର ଶୁଣାଣି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ ।

ସୂଚନା ଯୋଗ୍ୟ, ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । ପ୍ରତାପ ଜେନା ବର୍ତ୍ତମାନ ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି ।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ପ୍ରତାପ ଜେନା । ଜେଏମଏଫସି କୋର୍ଟ ଶାସକ ଦଳର ଏହି ବରିଷ୍ଠ ନେତାଙ୍କୁ ଅକ୍ଟୋବର ୩୧ ରେ ହାଜର ହେବାକୁ ବ୍ୟକ୍ତିଗତ ଭାବେ ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ସମନ ପଠାଇଥିଲେ ।
ସୂଚନାଥାଉକି, 2021 ଜାନୁଆରି 2 ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏଥିରୁ 9 ଜଣ ଗିରଫ ହୋଇ ସାରିଛନ୍ତି । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।
ପ୍ରତାପ ଜେନା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଉଭୟଙ୍କ ପରିବାର କହିଥିବା ବେଳେ ପୁଲିସ୍ ଚାର୍ଜସିଟ୍ରେ କିନ୍ତୁ ତାଙ୍କୁ କ୍ଲିନଚିଟ ଦେଇ ନାଁ କାଟି ଦେଇଥିଲା। ହେଲେ ପୁଣି ଥରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications