Get Updates
Get notified of breaking news, exclusive insights, and must-see stories!

ମହାନଦୀ ଜଳ ବିବାଦ:ଆଜି ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର:ଦୀର୍ଘ ଦିନ ହେବ ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଛି । ଏଥର ଏହି ବିବାଦର ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍ । ବିଚାରପତି ଏଏମ୍ ଖାଣ୍ତିଲକାରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଓ ବିଚାର ଇନ୍ଦରାମିତ କୌର କୋଚ୍ଚରଙ୍କ ତିନି ଜଣିଆ ଟିମ୍ ଛତିଶଗଡ଼ରେ ପହଁଞ୍ଚିଛନ୍ତି । ଆଜି ମହାନଦୀର ଉତ୍ପତ୍ତିସ୍ଥଳକୁ ଯାଇ ଅନୁଧ୍ୟାନ କରିବ ଟ୍ରିବ୍ୟୁନାଲ ।

ସୂଚନା ଅନୁସାରେ, କ୍ଷେତ୍ର ପରିଦର୍ଶନ କରିବା ପାଇଁ ଟ୍ରିବ୍ୟୁନାଲ ଟିମ୍ ବାହାରିସାରିଛି । ଉଭୟ ରାଜ୍ୟ ପକ୍ଷରୁ ୫୦ ଜଣିଆ ଟିମ୍ କ୍ଷେତ୍ର ପରିଦର୍ଶନ କରିବ । ମହାନଦୀରେ ଉତ୍ପତ୍ତିସ୍ଥଳକୁ ଫାରକିଆ ଗାଁ ଅଭିମୁଖେ ବାହାରିସାରିଛି ଟ୍ରିବ୍ୟୁନାଲ ଟିମ୍ । ଓଡ଼ିଶା ଟିମରେ EIC, ଜଳସଂପଦ ସ୍ୱତନ୍ତ୍ର ସଚିବ, ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଆଇନ ବିଶାରଦ ଓ ୫ ବିଶେଷଜ୍ଞ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି ।

tribunal team

ତେବେ ଦୁଇଟି ପର୍ଯ୍ୟାୟରେ ଏହି ସର୍ଭେ କରାଯିବ । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ସର୍ଭେ । ଯେଉଁଥିରେ ଉପରମୁଣ୍ତର ରବିଶଙ୍କର, ବଙ୍ଗୋଡ୍ୟାମ୍ ସହ ମହାନଦୀ ବେସିନର ମିନିମାତା ଡିଭିଜନ ଯାଏ ଥିବା ସମସ୍ତ ଡ୍ୟାମର ଅନୁଧ୍ୟାନ କରାଯିବ । ସେହିପରି ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହେବ ।

ଏହି ପ୍ରସଙ୍ଗକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରୁ ବାହାରୁଥିବା ମହାନଦୀର ଜଳ ଓଡ଼ିଶା ଯାଉଛି । କୌଣସି ବନ୍ଧ ନାହିଁ । ହାଇରାଜ୍ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ଅଟକି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+