ମାହାଙ୍ଗା ଡବଲ ମର୍ଡର: ହାଇକୋର୍ଟରେ ଘୁଞ୍ଚିଲା ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି
ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଘୁଞ୍ଚିଛି । ଆସନ୍ତା ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସାଲେପୁର JMFCଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ । ୩୦୨ରେ ମାମଲା ଚାଲୁ ପାଇଁ ତଳକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରଯାଇଥିଲା।
ସେପଟେ ସାଲେପୁର JMFCରେ ମାହାଙ୍ଗା ଡବଲ ମର୍ଡର ଶୁଣାଣି ଘୁଞ୍ଚିଥିଲା । ଫେବ୍ରୁଆରୀ ୨୩ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ଥିବାରୁ ଅନୁମତି ଦେଲେ JMFC କୋର୍ଟ ।
ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଥିଲେ ।

ସୂଚନାଥାଉକି, 2021 ଜାନୁଆରି 2 ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏଥିରୁ 9 ଜଣ ଗିରଫ ହୋଇ ସାରିଛନ୍ତି । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।












Click it and Unblock the Notifications