ମହାନଦୀ ପ୍ରସଙ୍ଗରେ ପୁଣି ସରଗରମ ହେଲା ଗୃହ, ଉତ୍ତର ମାଗିଲେ ବିରୋଧୀଦଳ ନେତା

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଂକଟ ପ୍ରସଙ୍ଗ । ମହାନଦୀ ପ୍ରସଙ୍ଗରେ ପୁଣି ସରଗରମ ହେଲା ଗୃହ । ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ମହାନଦୀ ପ୍ରସଙ୍ଗ ଉପରେ ମୋସନ ଆକାରରେ ଆଲୋଚନା ହେଉ ଓ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।
ବିରୋଧୀ ଦଳ ନେତା କହିଛନ୍ତି, ଗତ ୨୦୧୭ ମସିହା ଡିସେମ୍ବର ୭ ତାରିଖରେ ତତ୍କାଳୀନ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ମହାନଦୀ ପ୍ରସଙ୍ଗରେ ଏକ ସର୍ବଦଳୀୟ କମିଟି ଗଠନ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ କମିଟି ଗଠନ ହୋଇଥିଲା । କଣ ସବୁ ନିଷ୍ପତ୍ତି ହୋଇଥିଲା , କେବେ ଏହି କମିଟିର ବୈଠକ ବସିଥିଲା ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ । ଜଳ ଟ୍ରିବ୍ୟୁନାଲ ପାଇଁ ୫ଜଣିଆ କମିଟି ଗଠନ ହୋଇଥିଲା । ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି? ଟ୍ରିବ୍ୟୁନାଲ ତାରିଖ କାହିଁକି ବାରମ୍ବାର ଘୁଞ୍ଚିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଗୃହ କମିଟିର ବୈଠକ ଗୋଟେ ଥର ବି ହୋଇନାହିଁ । ଏଥିରୁ ସ୍ପଷ୍ଟ ଆମେ ମହାନଦୀକୁ ନେଇ ତତ୍ପର । ମହାନଦୀ ବିବାଦକୁ ନେଇ କେନ୍ଦ୍ରର ଜଳ ସମ୍ପଦ ମନ୍ତ୍ରୀ ବି ଓଡ଼ିଶାର କିନ୍ତୁ ତାଙ୍କର ବି ହସ୍ତକ୍ଷେପ ବି ହେଉନାହିଁ । ମୁଖ୍ୟମନ୍ତ୍ରୀ ୩ ତାରିଖରୁ ଜାପାନ ଯାଉଛନ୍ତି । ଆଉ ଏପଟେ ଗୃହରେ ମହାନଦୀକୁ ନେଇ ମୋସନ ଆଲୋଚନା ହେବ । ତେବେ ତାର ଗୁରୁତ୍ୱ କଣ ରହିବ । ୬ ତାରିଖ ଯାଏଁ ବିଧାନସଭା ଅଛି । ତାପରେ ଗଲେ ଯାଆନ୍ତୁ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଛି ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଆଶା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications