Get Updates
Get notified of breaking news, exclusive insights, and must-see stories!

କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

mahanadi

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଟ୍ରିବ୍ୟୁନାଲରେ ହୋଇଛି ଶୁଣାଣି । କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ୨ଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିବେ ବୋଲି ସୂଚନା ରହିଛି ।

ପ୍ରଥମ ପର୍ଯ୍ୟାୟର ୨ଟି ଫେଜରେ ଛତିଶଗଡ଼ ପରିଦର୍ଶନ କରିବେ । ଆସନ୍ତା ଏପ୍ରିଲ୍ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ଗସ୍ତ କରିବେ । ଦୁଇଟି ଫେଜରେ ଉପର ମୁଣ୍ତରୁ କଲମା ବ୍ୟାରେଜ ଯାଏ ଗସ୍ତ କରିବେ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ରୁ ମେ ୩ ତାରିଖ ମଧ୍ୟରେ ଓଡ଼ିଶା ଗସ୍ତ କରିବେ ଟ୍ରିବ୍ୟୁନାଲ ଟିମ୍ । ଟ୍ରୁବ୍ୟୁନାଲର ଅଧ୍ୟକ୍ଷତାରେ ୩ ଜଣିଆ ବେଞ୍ଚ ମାମଲାରେ ଏପରି ଶୁଣାଣି ହୋଇଛି । ପୂର୍ବରୁ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଦ୍ୱାରା ନିଯୁକ୍ତି ଆସେସରଙ୍କ ଉପସ୍ଥିତିରେ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ବୈଷୟିକ ଟିମ୍ ମହାନଦୀ ଅବବାହିକାର ୧୩ଟି ଉପଅବବାହିକା ଅଞ୍ଚଳର ସୀମା ନିର୍ଦ୍ଧାରଣ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+