ମହାନଦୀ ଜଳ ବିବାଦ: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍
ଭୁବନେଶ୍ୱର: ମହାନଦୀ ଜଳ ବିବାଦ । ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଟ୍ରିବ୍ୟୁନାଲ ଟିମ୍ । ସଂଧ୍ୟାରେ ଝାରସୁଗୁଡାରେ ପହଞ୍ଚିବେ ଟିମ୍ । ଆସନ୍ତାକାଲି ସକାଳେ ହୀରାକୁଦ୍ ଡ୍ୟାମ୍ ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍ । ବୁର୍ଲା ପାୱାର ହାଉସ୍ ବୁଲି ଦେଖିବାର ରହିଛି କାର୍ଯ୍ୟକ୍ରମ ।

୨୧ ତାରିଖରେ ଟିମ୍ ଚିପଲିମା ପାୱାର ହାଉସ୍, ୨୨ରେ ଝାରସୁଗୁଡା ଓ ସୁନ୍ଦରଗଡ଼ ଗସ୍ତ ଏବଂ ୨୩ ତାରିଖରେ ନୂଆପଡ଼ା ଜିଲ୍ଲା ସ୍ଥିତ ଅପର ଜୋଙ୍କ ଡ୍ୟାମ୍ ସାଇଟ୍ ପରିଦର୍ଶନ କରିବାର ରହିଛି କାର୍ଯ୍ୟକ୍ରମ । ସେହିପରି ୨୪ ତାରିଖରେ ଟ୍ରିବ୍ୟୁନାଲ ଟିମ୍ ଭିବନେଶ୍ୱର ଆସିବା ନେଇ ସୂଚନା ରହିଛି । ଏହା ପରେ ୨୬ ରୁ ୨୮ ପର୍ଯ୍ୟନ୍ତ କଟକସ୍ଥିତ ନରାଜ, ମୁଣ୍ତଳୀ, ଅଂଶୁପା ଏବଂ ଚିଲିକା ହ୍ରଦ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications