ମହାନଦୀ ଜଳ ବିବାଦ ଘଟଣା : ଆଜି ରାୟପୁରରେ ଗୋଲ୍ ଟେବୁଲ ବୈଠକ
ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରଠାରେ ଆଜି ଗୋଲ୍ ଟେବୁଲ ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ୨୯ ତାରିଖରେ ଛତିଶଗଡ଼ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ। ଜଳ ମାନବ ଡ. ରାଜେନ୍ଦ୍ର ସିଂହ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ରେଳ ଯୋଗେ ରାୟପୁର ଗସ୍ତ କରିଛନ୍ତି। ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚି ପ୍ରଧାନ, ଅଶୋକ ପ୍ରଧାନ, ଅର୍ଜୁନ ଚରଣ ସାମନ୍ତରାୟ ପ୍ରମୁଖ ଏହି ବୈଠକରେ ଯୋଗଦେବେ। ମହାନଦୀ ବଞ୍ଚାଅ ଆନ୍ଦୋଳନ, ଛତିଶଗଡ଼ ନଦୀ ଘାଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ବିରାଦରୀ ଇତ୍ୟାଦି ଜାତୀୟ ଓ ରାଜ୍ୟସ୍ତରୀୟ ସଂଗଠନ ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି।













Click it and Unblock the Notifications