ଆହୁରୀ ଦୁଇ ବର୍ଷ ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି
ଆହୁରୀ ୨ ବର୍ଷ ପାଇଁ ଟ୍ରିବ୍ୟୁନାଲ ଅବଧି । ଏହି ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜଳ ସଂପଦ ନଦୀ ବିକାଶ ଓ ଗଙ୍ଗା ସରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।
ଭୁବନେଶ୍ୱର: ଆହୁରୀ ୨ ବର୍ଷ ପାଇଁ ଟ୍ରିବ୍ୟୁନାଲ ଅବଧି । ଏହି ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜଳ ସଂପଦ ନଦୀ ବିକାଶ ଓ ଗଙ୍ଗା ସରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଧାରା ୪ ଅନୁସାରେ ଟ୍ରିବୁନାଲ ଗଠନ ହୋଇଥିଲା ।

ତେବେ ଟ୍ରିବୁନାଲର ଥିବା ୩ ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି । କାର୍ଯ୍ୟକାଳ ବୃଦ୍ଧି ପରେ ୨୦୨୩ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ବର୍ତ୍ତମାନ ଟ୍ରିବୁନାଲର ଅବଧି ଧାର୍ଯ୍ୟ କରାଯାଇଛି । ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବୁନାଲର ଗଠନ ହୋଇଥିଲା ।
ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ପ୍ରକଳ୍ପ ମାମଲା, ମହାନଦୀ ଜଳବିବାଦ ମାମଲା ଓ ବଂଶଧାରା ଜଳବିବାଦ ମାମଲାରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳି ପାରିନାହିଁ।
ତେବେ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ଓଡ଼ିଶା ଉପରେ ଜବରଦସ୍ତ ପ୍ରଭାବ ପକାଇଛି । ହୀରାକୁଦ ଉପରମୁଣ୍ଡରେ ଥିବା କଲ୍ମା ବ୍ୟାରେଜ୍ରେ ଲହଡ଼ି ଭାଙ୍ଗୁଛି ପାଣି ।












Click it and Unblock the Notifications