ମହାନଦୀ ଟ୍ରିବ୍ୟୁନାଲ ଟିମର ଆଜି ଦ୍ୱିତୀୟ ଦିନ ଓଡ଼ିଶା ଗସ୍ତ, କରିବେ କ୍ଷେତ୍ର ପରିଦର୍ଶନ
ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଚିପଲିମା ଗସ୍ତରେ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ତାର ତୃତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ କ୍ଷେତ୍ର ପରିଦର୍ଶନ କରିବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ ହୀରାକୁଦ ବନ୍ଧ ସମେତ ଚିପଲିମା ପାୱାର ହାଉସ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ଟ୍ରିବ୍ୟୁନାଲ ଟିମ୍ ଚିପିଲିମା ପାୱାର ହାଉସ୍ ବୁଲି ଦେଖିବେ । ଅତାବିରା ବ୍ରାଞ୍ଚ କେନାଲ, ଶାସନ କେନାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଇବ୍ ଥର୍ମାଲ ପାୱାର ଏବଂ ଡ୍ୟାମ୍ ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ ପରେ ୨୩ ତାରିଖରେ ନୂଆଗଡ଼ା ଗସ୍ତ କରିବ ଟ୍ରିବ୍ୟୁନାଲ ଟିମ୍ ।

ଏହି ଟିମରେ ଟ୍ରିବ୍ଯୁନାଲ ଅଧ୍ୟକ୍ଷ ଏ.ଏମ ଖାନଉଇଲକରଙ୍କ ନେତୃତ୍ୱରେ ଟିମରେ ଅଛନ୍ତି ତିନି ଜଣ ବିଚାରପତି। ଏହା ସହିତ ଉଭୟ ରାଜ୍ଯର ଜଲସମ୍ପଦ ଅଧିକାରୀ ମାନେ ରହିବେ । ସେପଟେ ଗତକାଲି ଏହି ଟିମ ହୀରାକୁଦ ଡ୍ୟାମ ବୁର୍ଲା ପାୱାର ହାଉସ, ବ୍ରାହ୍ମଣି ଓ ମହାନଦୀର ମିଳନ ସ୍ଥଳର ପ୍ଲାନ ସହ କିଲାସମା ୱାଟର ପ୍ରୋଜେକ୍ଟକୁ ବୁଲି ଦେଖିଥିଲେ ।
ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ମହାନଦୀ ହ୍ରାସ ପାଉଛି । ଅଣମୌସୁମୀ ସମୟରେ ମହାନଦୀ ଶୁଖିଲା ପଡ଼ିବା ଦ୍ୱାରା ଜୀବନ ଜୀବିକା କିପରି ପ୍ରଭାବିତ ହେଉଛି ସେ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ଟିମ୍ । ରାଜ୍ୟ ସରକାର ଏ ସଂପର୍କରେ ଟିମକୁ ଅବଗତ କରିଥିଲେ । ଟ୍ରିବ୍ୟୁନାଲ ଟିମ୍ ପୂରା ହୀରାକୁଦ ଜଳ ଭଣ୍ଡାର ଅଞ୍ଚଳକୁ ବୁଲି ଦେଖିବା ସହ ରାଜ୍ୟ ସରକାରଙ୍କ ଯୁକ୍ତି ପଛରେ କେତେ ସତ୍ୟତା ରହିଛି ତାହା ପରଖିଥିଲେ ।












Click it and Unblock the Notifications