Get Updates
Get notified of breaking news, exclusive insights, and must-see stories!

ମହାନଦୀ ଟ୍ରିବ୍ୟୁନାଲ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତର ଆଜି ଶେଷ ଦିନ: କେଲୋ ଡ୍ୟାମ୍ ବୁଲିଲେ ଟ୍ରିବ୍ୟୁନାଲ ସଦସ୍ୟ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ । ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଶେଷ ଦିନ ।
ଆଜି କେଲୋ ଡ୍ୟାମ ପରିଦର୍ଶନ କରିଛି ଟ୍ରିବ୍ୟୁନାଲ ଟିମ୍ । ବିଚାରପତିଙ୍କ ସହ ଉଭୟ ରାଜ୍ୟର ଜଳ ସମ୍ପଦ ଅଧିକାରୀ ସାମିଲ ଥିଲେ ।
କ୍ଷେତ୍ର ପରିଦର୍ଶନ କରି ଦିଲ୍ଲୀ ଫେରିଯିବେ ଟ୍ରିବ୍ୟୁନାଲ ସଦସ୍ୟ ।

ଗତକାଲି ଟ୍ରିବ୍ୟୁନାଲ ଟିମ୍ ମିରୋନି, ସାରାଡିହ କଲମା ବ୍ୟାରେଜ ସହ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ ବେଳେ ଓଡ଼ିଶା ଓ ଛତିଶଜଡ଼ ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ନେଇ ସୂଚନା ରହିଥିଲା ।

chhatisgarh

ସୂଚନାଯୋଗ୍ୟ, ମହାନଦୀ ଟ୍ରିବ୍ୟୁନାଲର ସଦସ୍ୟମାନେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ୩ ତାରିଖରୁ ଛତିଶଗଡ଼ ନିର୍ମାଣ କରିଥିବା ବିଭିନ୍ନ ବ୍ୟାରେଜ ବୁଲି ଦେଖିବା ସହ ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଏପ୍ରିଲ ୨୯ ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଅବବାହିକା ଅଞ୍ଚଳରୁ ଆରମ୍ଭ କରି ତଳିଆ ଅଞ୍ଚଳ ଯାଏଁ ଗସ୍ତ କରି ନିରୀକ୍ଷଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+