ମହାନଦୀ ବିବାଦର ସମାଧାନ ରାସ୍ତା ଖୋଲିଲା: ମୁଖ୍ୟମନ୍ତ୍ରୀ କହିଲେ ଛତିଶଗଡ଼ ସହ କଥା ହୋଇଛି

ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ଜଳ ବିବାଦ ଉପରେ ମନ୍ତବ୍ୟ ରଖିଛନ୍ତି । ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ, ମହାନଦୀ ଜଳ ବିବାଦ ନେଇ ସେ ବ୍ୟକ୍ତିଗତ ଭାବେ ଛତିଶଗଡ଼ ସରକାର ସହ ଦୁଇଥର କଥା ହୋଇଛନ୍ତି । ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ସଚେତନ ଅଛନ୍ତି । ମହାନଦୀରେ ଓଡ଼ିଶା ପଟେ ଆନିକଟ, ବ୍ୟାରେଜ୍‌ ଏବଂ ନଦୀବନ୍ଧ ପ୍ରକଳ୍ପ ପାଇଁ ଥିବା ପ୍ରସ୍ତାବ ଉପରେ ଗୁରୁତ୍ବର ସହ ବିଚାର କରାଯାଉଛି। ଆଗାମୀ ଦିନରେ ମହାନଦୀ ଜଳ ବିବାଦର ସମାଧାନ ହେବା ନେଇ ସେ ଆଶା ରଖିଛନ୍ତି ।

ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ବର୍ଷେ ଭିତରେ ସରିବ ବୋଲି କହିଥିଲେ । ଏହି ପ୍ରସଙ୍ଗରେ ସେ ବିଜେଡିକୁ ଟାର୍ଗେଟ୍‌ କରିଥିଲେ। କହିଥିଲେ, ମୋଦୀ ସରକାରଙ୍କ ଅମଳରେ ଏହି ପ୍ରକଳ୍ପ ପାଇଁ ୩୮ଶହ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । କିନ୍ତୁ ବିଜେଡି ସରକାର ଅମଳରେ ଜମି ଅଧିଗ୍ରହଣ ବିଳମ୍ବ ସହିତ ଠିକଣା ଅଧିକାରୀଙ୍କୁ ଦାୟିତ୍ବ କ୍ଷେତ୍ରରେ ଅବହେଳା କରାଯାଇଥିଲା। ତେଣୁ ପ୍ରକଳ୍ପ ମନ୍ଥର ଗତିରେ ଚାଲିଥିଲା । ମୁଖ୍ୟମନ୍ତ୍ରୀ ସ୍ଥାନୀୟ ବିଜେଡି ନେତୃବୃନ୍ଦଙ୍କୁ ବି ପରୋକ୍ଷରେ କଟାକ୍ଷ କରିଥିଲେ। ଯେଉଁ ହିସାବରେ ପୂର୍ବରୁ ବଲାଙ୍ଗୀରକୁ ପ୍ରତିନିଧିତ୍ବ ମିଳିଥିଲା, ସେ ଅନୁସାରେ ଜିଲ୍ଲା ବହୁତ ଆଗକୁ ବଢ଼ି ପାରିଥାନ୍ତା। କିନ୍ତୁ ଜିଲ୍ଲାକୁ ଅବହେଳା କରି ରଖାଯାଇଥିଲା। ଏବେ ଜିଲ୍ଲାରୁ ୨ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଅଛନ୍ତି ।

mahanadi River dispute

ବଲାଙ୍ଗୀରରେ ଟ୍ରିପଲ୍‌ ଇଞ୍ଜିନ୍‌ ସରକାର ଚାଲିଛି । ବଲାଙ୍ଗୀରକୁ ଏକ ସମୃଦ୍ଧ ଓ ବିକଶିତ ଜିଲ୍ଲା ଭାବେ ଗଢ଼ିବା ପାଇଁ ବିଜେପି ସଂକଳ୍ପବଦ୍ଧ। ଯାହା ପ୍ରତିଶ୍ରୁତି ଦିଆଯାଇଛି, ତାକୁ ପୂରଣ କରିବା ଆମର ପ୍ରଥମ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗୀତା ସିଂହଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର୍‌, ଏସ୍‌ପି ରିଷିକେଶ ଖିଲାରୀ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+