ମହାନଦୀ ଡଙ୍ଗା ବୁଡ଼ିବା ଘଟଣା; ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
ମହାନଦୀ ଡଙ୍ଗା ବୁଡ଼ିବା ଘଟଣା । ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର । ଖୋଜାଖୋଜି ପରେ ଆଜି ସକାଳୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର । ଉଦ୍ଧାରଙ୍କ ମଧ୍ୟରେ ୩ ମହିଳା ଓ ୩ ବାଳକ ଥିବା ସୂଚନା। କାଲି ଜଣଙ୍କର ମୃତଦେହ ମିଳିଥିଲା । ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ।
ସୂଚନା ଅନୁସାରେ, ଡଙ୍ଗାରେ ପାଖାପାଖି ୫୦ଜଣ ଯାତ୍ରୀ ଥିବାବେଳେ ଡଙ୍ଗାଟି ବୁଡି ଯାଇଥିଲା । ତେବେ ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରିଛନ୍ତି । ହେଲେ, ଦୁର୍ଭାଗ୍ୟବସତଃ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୨ ଜଣ ନିଖୋଜ ଅଛନ୍ତି । ଏମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର । ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଘଟିଥିଲା ଏହି ଅଘଟଣ ।

୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ଉଦ୍ୟମ ଜାରି ରହିଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ ଜଣ ସ୍କୁବା ଡାଇଭର । ଏହି ଅଘଟଣରେ ଗତକାଲି କେବଳ ଜଣଙ୍କର ହିଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ।
ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ତେଣୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଏକ ସ୍କୁବା ଡାଇଭର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications