Get Updates
Get notified of breaking news, exclusive insights, and must-see stories!

ମହାନଦୀ ଡଙ୍ଗା ବୁଡ଼ିବା ଘଟଣା; ନିଖୋଜ ୭ ଜଣଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ମହାନଦୀ ଡଙ୍ଗା ବୁଡ଼ିବା ଘଟଣା । ନିଖୋଜ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜଣଙ୍କର ମୃତଦେହ ମିଳିଥିଲା । ଆଜି ୭ ଜଣଙ୍କ ମୃତଦେହ ମିଳିଛି । ଖୋଜାଖୋଜି ପରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ବାଳକ ଥିବା ସୂଚନା।

କାଲି ଜଣଙ୍କର ମୃତଦେହ ମିଳିଥିଲା । ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ହୋଇଛି । କାଲି ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ବୁଡ଼ିଥିଲା ଡଙ୍ଗା।

ସୂଚନା ଅନୁସାରେ, ଡଙ୍ଗାରେ ପାଖାପାଖି ୫୦ଜଣ ଯାତ୍ରୀ ଥିବାବେଳେ ଡଙ୍ଗାଟି ବୁଡି ଯାଇଥିଲା । ତେବେ ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରିଛନ୍ତି । ହେଲେ, ଦୁର୍ଭାଗ୍ୟବସତଃ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର । ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଘଟିଥିଲା ଏହି ଅଘଟଣ ।

Mahanadi river boat

୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ ଜଣ ସ୍କୁବା ଡାଇଭର । ଏହି ଅଘଟଣରେ ଗତକାଲି କେବଳ ଜଣଙ୍କର ହିଁ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାପାଳ ।

ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ତେଣୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଏକ ସ୍କୁବା ଡାଇଭର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+