ନଭେମ୍ବର ୧୫ରେ ମହାନଦୀ ଶୁଣାଣି
ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଛନ୍ତି। ଶନିବାର ମହାନଦୀ ଜଳବିବାଦ ପ୍ରାଧିକରଣରେ ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ସରକାରଙ୍କ ଆଡ଼ଭୋକେଟ ଜେନେରାଲ ପ୍ରଫୁଲ କୁମାର ଭାରତ ପ୍ରାଧିକରଣ ଅଧ୍ୟକ୍ଷା ବିଚାରପତି ବେଲା ଏମ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିନିଜଣିଆ ଖଣ୍ଡପୀଠଙ୍କୁ ଜଣାଇଛନ୍ତି ।

କେନ୍ଦ୍ରୀୟଜଳ ଆୟୋଗରେ ଅନୁମୋଦନ ଅପେକ୍ଷାରେ ପଡ଼ିରହିଥିବା ଦୁଇଟି ଲେଖାଏଁ ଜଳ ପ୍ରକଳ୍ପର ମଞ୍ଜୁରୀ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଉଭୟ ରାଜ୍ୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ଜଳବିବାଦର ସମାଧାନ ପାଇଁ ସେପ୍ଟେମ୍ବର ୫, ୧୨, ୨୬ ଏବଂ ଅକ୍ଟୋବର ୬ ତାରିଖରେ ନୂଆଦିଲ୍ଲୀଠାରେ ଉଭୟଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଦଳ ମଧ୍ୟରେ ଆଲୋଚନା ହୋଇଥିଲା । ଯୁଗ୍ମ ବୈଷୟିକ କମିଟିର ରିପୋର୍ଟକୁ ଉଭୟ ରାଜ୍ୟର ମୁଖ୍ୟ ସଚିବ ଏବଂଜଳସମ୍ପଦ ସଚିବ ତର୍ଜମାକରିବା ପରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରାଯିବ ବୋଲି ଆଡ଼ଭୋକେଟ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଖଣ୍ଡପୀଠଙ୍କୁ ଜଣାଇଥିଲେ । ମାମଲାର ପରବର୍ତ୍ତୀଶୁଣାଣି ନଭେମ୍ବର ୧୫କୁ ଧାର୍ଯ୍ୟ ହୋଇଛି ।












Click it and Unblock the Notifications