ବଢୁଛି ମହାନଦୀ ଜଳସ୍ତର; ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପହଞ୍ଚି ପାରେ ବନ୍ୟାଜଳ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି

ଫୁଲୁଛି ମହାନଦୀ । ବଢୁଛି ମହାନଦୀ ଜଳସ୍ତର । ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲିବା ପରେ ମହାନଦୀ ଜଳସ୍ତର ବଢ଼ିବାରେ ଲାଗିଛି । କଟକ ମୁଣ୍ଡଳୀରେ ମହାନଦୀରେ ଜଳସ୍ତର କ୍ରମଗାତ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଗଲାଣି ।

ହୀରାକୁଦ ଡ଼୍ୟାମର ଜଳ ପତ୍ତନ ୬୧୮ ଫୁଟ ରହିଛି । ଏବେ ଡ଼୍ୟାମ ମଧ୍ୟକୁ ସେକେଣ୍ଡ କୁ ୨ ଲକ୍ଷ ୫୭ ହଜାର ୫୫ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୭ ହଜାର ୬୨୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ଆସି ମୁଣ୍ଡଳିରେ ପହଞ୍ଚିବ । ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚି ପାରେ ବୋଲି ସୂଚନା ମିଳିଛି । ସେତେବେଳେ ମୁଣ୍ଡଳିରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବା ନେଇ ଅନୁମାନ କରାଯାଉଛି । ମାତ୍ର ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡୁଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ପାଣି ।

ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପୂର୍ବ ସତର୍କତା ସ୍ୱରୂପ ମହାନଦୀ ଭିତରକୁ ଲୋକ ପ୍ରବେଶ ନ କରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି ।

flood

ଗତକାଲି ୨୦ଟି ଗେଟ୍‌ ଖୋଲାଯାଇଥିବା ବେଳେ ଅଧିକ ଗେଟ୍‌ ଖୋଲାଗଲେ ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ଦେଖା ଦେଇଛି। ଫଳରେ କଟକର ତଳି ଅଞ୍ଚଳ ବାଙ୍କୀ, ଆଠଗଡ଼ , ନରସିଂହପୁର, ବଡ଼ମ୍ବା ଆଦି ଅଞ୍ଚଳ ଜଳମଗ୍ନ ହୋଇପାରେ।

ଏବେ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଉଥିବାରୁ ମୁଣ୍ଡଳୀ, ନରାଜ ଓ ଯୋବ୍ରାରେ କଣ୍ଟ୍ରୋଲ ରୁମ୍‌କୁ ଆକ୍ଟିଭ କରାଯାଇଛି। ଅଧିକାରୀମାନେ ଜଳସ୍ତର ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପ୍ରତି ଦୁଇ ଘଣ୍ଟାରେ ଥରେ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ସରକାରଙ୍କୁ ଖବର ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏବେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଉଥିବାରୁ ମୁଣ୍ଡଳୀ, ନରାଜ ଓ ଯୋବ୍ରାରେ କଣ୍ଟ୍ରୋଲ ରୁମ୍କୁ ଆକ୍ଟିଭ କରାଯାଇଛି। ଅଧିକାରୀମାନେ ଜଳସ୍ତର ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପ୍ରତି ଦୁଇ ଘଣ୍ଟାରେ ଥରେ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ସରକାରଙ୍କୁ ଖବର ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପୂର୍ବ ସତର୍କତା ସ୍ୱରୂପ ମହାନଦୀ ଭିତରକୁ ଲୋକ ପ୍ରବେଶ ନ କରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+